ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବିଶ୍ଵ ଓଡ଼ିଆ ଭାଷା ସମ୍ବିଳନୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଅଧ୍ୟକ୍ଷ ଡ଼. ସରୋଜ କୁମାର ଦାଶ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଉଦ୍ଘାଟନୀ ସଭାକୁ ଅଧ୍ୟାପକ ଡ଼. ପ୍ରଦୀପ କୁମାର ପ୍ରଧାନ ସଂଯୋଜନା କରିଥିଲେ। ଏହି ସଭାରେ ଅଧ୍ୟାପକ ଶ୍ରୀଯୁକ୍ତ ଭୂପତି କାଲୋ, ଅଧ୍ୟାପକ ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର, ଦୀପାଞ୍ଜଳି ଦଣ୍ଡସେନା, ବିଭତ୍ସ ପଟେଲ ମଞ୍ଚାସୀନ ଥିଲେ। ଜଗନ୍ନାଥଙ୍କ ଭଜନ ପ୍ରତିଯୋଗୀତା ମାଧ୍ୟମରେ ଏହି କାର୍ଯକ୍ରମ ଆରମ୍ଭ ହୋଇ ଥିଲା। ଏହି ସଭାକୁ ସୁବାଷ ଚନ୍ଦ୍ର ପ୍ରଧାନ, ହୃଷୀକେଶ ସାହୁ , ସୁନୀଲ କୁମାର ଜୈନ, ମିନତୀ ରଥ, ସବିତା ସେଠ୍, ସଂଯୁକ୍ତା କାଣ୍ଡ ଓ ଉପେନ୍ଦ୍ର ଜାଲ ସହଯୋଗ କରିଥଲେ।
ରାଜ୍ୟ
ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ - ଓ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଉଦଘାଟିତ ।
- Hits: 238








