ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ଦିବସ ଉପଲକ୍ଷେ ଯୁବ ରେଡ୍କ୍ରସ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସଡ଼କ ସୁରକ୍ଷା ଉପରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ପରେ ରାଣୀପେଣ୍ଠ ଛକ ଠାରେ ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ କର୍ମଚାରୀ ଯିବା ଆସିବା କରୁଥିବା ଜନସାଧାରଣଙ୍କୁ ଟ୍ରାଫିକ ନିୟମ ମାନିବାକୁ ଏବଂ ହେଲମେଟ ପିନ୍ଧିବା ଉପରେ ସଚେତନତା ପତ୍ର ଦେଇ ସଚେତନ କରାଇଥିଲେ।
ତାପରେ ଯୁବ ରେଡ୍କ୍ରସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ପଦ୍ମପୁର ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରିଥିଲେ। ପରେ ଏହି ଅବସରରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ପ୍ରାଧ୍ୟାପକ ଡ଼. ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଦେଶର ଅର୍ଥନୀତି ସହ ଯୁବପିଢୀର ସମ୍ପର୍କ ବିଷୟରେ ଅବଗତ କରାଇଥିଲେ।
ମୁଖ୍ୟବକ୍ତା ଭାବେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସାଗର ଜିତେନ୍ଦ୍ର ପାତ୍ର ଯୋଗ ଦେଇ ସ୍ୱାମୀଜୀଙ୍କ ଯୁବପିଢୀକୁ ବାର୍ତା ବିଷୟରେ ବୁଝାଇଥିଲେ। ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ ସ୍ୱାମୀଜୀଙ୍କ ମତରେ ଧର୍ମର ମହତ୍ୱ ଓ ସନାତନ ଧର୍ମ ସର୍ବଧର୍ମର ମୂଳ ବିଷୟରେ ଉଦବୋଧନ ଦେଇଥିଲେ। ରାଜନୀତି ବିଭାଗର ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରେରଣା ଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ପରିଶେଷରେ ଯୁବ ରେଡକ୍ରସ୍ ସଂଯୋଜିକା କଳ୍ପନା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।
ରାଜ୍ୟ
ଜାତୀୟ ଯୁବ ଦିବସ ପାଳନ ଅବସରରେ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 534









