ଗାଇସିଲାଟ/ମନ ଡନସନା-ଭଲ ରାସ୍ତା ଖଣ୍ଡେ ପାଇଁ ଅନେକ ଥର ଅଧିକାରୀଙ୍କୁ ଜଣାଇଥିଲେ, ନେତାଙ୍କୁ ଗୁହାରି ହେଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଗାଁ ଲୋକ ଧରି ନେଇଥିଲେ ବୋଧ ହୁଏ ଏ ସମସ୍ୟା କେବେ ସମାଧାନ ହୋଇ ପାରିବ ନାହିଁ । ବାରମ୍ବାର ପ୍ରଶାସନ ଆଗରେ ନିଜ ଅଧିକାର ପାଇଁ ଦାବି କରି ନିରାଶ ହୋଇଥିବା ଯୁବାଖୋଲ ଗ୍ରାମବାସୀଙ୍କ ମୁହଁରେ ଏବେ ହସ ଫୁଟିଛି । ଖୁବ୍ ଶୀଘ୍ର ରାସ୍ତା ମରାମତି କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତର ଜୁବାଖୋଲ ଗ୍ରାମରୁ ଜମାରତଲା ଗ୍ରାମକୁ ସଂଯୋଗ କରିଥିବା ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏନେଇ ବିଭିନ୍ନ ସମୟରେ ବହୁ ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ଗ୍ରାମବାସୀ ହେଲେ ଆଜି ଯାଏ କେହି ବି ଏହି ରାସ୍ତା ପ୍ରତି ଧ୍ୟାନ ଦେଇ ନାହାନ୍ତି । ଅର୍ପିତା ପଣ୍ଡା କଟାବାହାଲ୍ ସରପଞ୍ଚ ହେବା ପରଠୁ ଅନେକ ଥର ବ୍ଲକରେ ବିଡିଓ ଙ୍କୁ ଦେଖା କରି ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ । ଇତି ମଧ୍ୟରେ ବହୁ ବିଡିଓ ଆସିଲେ ଆଉ ବଦଳି ହୋଇ ଚାଲିଗଲେ ହେଲେ ରାସ୍ତା ସେମିତି ପଡ଼ି ରହିଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ସରପଞ୍ଚ ଶ୍ରୀମତୀ ପଣ୍ଡା ବ୍ଲକରେ ନୂତନ ଭାବରେ ଯୋଗ ଦେଇଥିବା ବିଡ଼ିଓ ଲକ୍ଷ୍ମଣ ମାଝିଙ୍କୁ ପୁଣି ଥରେ ଅନୁରୋଧ କରିଥିଲେ । ତେବେ ବିଡିଓ ଶ୍ରୀ ମାଝି ହଠାତ ପହଞ୍ଚି ସରପଞ୍ଚ ମାଡାମଙ୍କୁ ସାଙ୍ଗରେ ନେଇ ଉକ୍ତ ଜାଗାରେ ପହଞ୍ଚିଥିଲେ । ଚାଲି ଚାଲି ରାସ୍ତାଟି କୁ ତଦାରଖ କରିବା ସହ ଜିଲ୍ଲା ପ୍ରଶାସନ ସହିତ କଥା ହୋଇ ଖୁବ୍ ଶୀଘ୍ର ଏହି ରାସ୍ତା ତିଆରି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଲୋକଙ୍କ ସମସ୍ୟା ହୃଦଙ୍ଗମ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଗ୍ରାମବାସୀଙ୍କ ତରଫରୁ ସରପଞ୍ଚ ବିଡିଓଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ରାଜ୍ୟ
ପଡ଼ିଲା ବିଡ଼ିଓଙ୍କ ଦୃଷ୍ଟି ,ବଦଳିବ ଜୁବାଖୋଲ ଜମରତଲା ରାସ୍ତା ର ଅବସ୍ଥା ।
- Hits: 242








