ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ "ଜାତୀୟ ଯୁବ ଦିବସ" ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ଏବଂ ରେଡ଼ ରିବନ୍ କ୍ଲବ ତରଫରୁ "ଜାତୀୟ ଯୁବ ଦିବସ" ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଘୁମୁସର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ଗୁରୁଙ୍କ ପ୍ରତି ସମର୍ପଣ ଭାବ ନେଇ ସ୍ବାମୀ ବିବେକା ନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସାମିଲ ହେବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଏଡ଼ସ ନିରାକରଣ ଓ ନିୟନ୍ତ୍ରଣ ଶାଖାର ନୋଡାଲ ଅଧିକାରୀ ହେମନ୍ତ କୁମାର ଦାସ ଉପସ୍ଥିତ ରହି ସ୍ବାମୀଜୀଙ୍କ ନୀତି ଆଦର୍ଶରେ ବିଦ୍ୟାର୍ଥୀ ମାନେ ଅନୁପ୍ରାଣିତ ହୋଇ ସତପଥରେ ଯାଇ ସାମାଜିକ ସଚେତନତା କାର୍ଯ୍ୟରେ ଉସର୍ଗିକୃତ ହେବାକୁ ପ୍ରେରଣ ଦେଇଥିଲେ । ତତ୍ ସହିତ ସମ୍ମାନିତ ଅତିଥି ଭାବେ ସନ୍ତୋଷ ରାଜୁ ଓ ଆଇ. ଟି. ସିଟି କାଉନସିଲର ଅର୍ଚ୍ଚନା ମ୍ୟାଡମ ମଞ୍ଚାସିନ ଥିଲେ । ଯୁବ ରେଡକ୍ରସ୍ ଉପଦେଷ୍ଟା ଶୁଶାନ୍ତ କୁମାର ଲେଙ୍କା ସ୍ବାଗତ ଅଭିଭାଷଣ ଦେବା ସହ ଅତିଥିମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ। ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ଯୁବ ରେଡ଼କ୍ରସ ଦ୍ବାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶିଶିରକାନ୍ତ ସ୍ୱାଇଁ ,ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ରୁନୀ ବାଳା ତ୍ରିପାଠୀ , ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରମୁଖ ଦିପୁ ଭୂୟାଁ, ପି ଦୀପକ ରାଓ, ମହେଶ୍ୱର ରାଉତ, ତ୍ରିନାଥ ବେହେରା , ବିଭୂତି ଭୂଷଣ ଗୌଡ଼ , ଭାରତୀ ବିଶ୍ଵାଳ, ଗଙ୍ଗାଧର ରଣା ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଷୋୟୀ, ରାମ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍ ସହଉପଦେଷ୍ଟା ସ୍ୱରୂପା ରାଣୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାର୍ଥିମାନଙ୍କ ଦ୍ଵାରା ସାମାଜିକ ସଚେତନମୂଳକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault