ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ,କବିରଜପୁର ସ୍ଥିତ ବୁଢ଼ାକେନ୍ଦୁ ଶିଳ୍ପ ତାଲିମ କେନ୍ଦ୍ରରେ ସ୍ବାମୀ ବିବେକ ନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଚିତ୍ତ ରଂଜନ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବର ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ଵାଳ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ଜୀବନରେ ସଫଳ ହେବାକୁ ହେଲେ ସ୍ବାମୀଜୀଙ୍କ ଆଦର୍ଶ ମୂଲ୍ୟ ବୋଧକୁ ଆପଣାଇବା କୁ ପରାମର୍ଶ ଦେଇଥିଲେ । ସହକାରୀ ତାଲିମ ଅଧିକାରୀ ସନ୍ତୋଷ କୁମାର ପାଢ଼ୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲାସ୍ଥାରୀୟ ଆଞ୍ଚଳିକ ଇ . ଟି. ଆଇ ଫେଷ୍ଟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ତାଲିମ ଛାତ୍ରମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଲିମ କେନ୍ଦ୍ରର କର୍ମଚାରୀ ସୁଶାନ୍ତ କୁମାର ଗୌଡ଼ , ମଙ୍ଗୁଳୁ ସ୍ୱାଇଁ , ବିଶ୍ଵ ନାଥ ସିଆ ସମେତ ସମସ୍ତ ତାଲିମ ଛାତ୍ରମାନେ ଉପସ୍ଥିତି ରହି ସହଯୋଗ କରିଥିଲେ । ଶେଷରେ ସହକାରୀ ତାଲିମ ଅଧିକାରୀ ସୁରେଶ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ବୁଢ଼ାକେନ୍ଦୁ ଶିଳ୍ପତାଲିମ କେନ୍ଦ୍ରରେ ଯୁବଦିବସ ପାଳନ
- Hits: 152








