ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶାରାମ ବାଇ ଛକ ଠାରେ ଏକ ଭୟାବହ ଘଟଣା ଦେଖିବାକୁ ମିଳିଛି । ମଇତ୍ରୀ କମ୍ପାନୀ କର୍ମଚାରୀ ଙ୍କ ବୋଲେରୋ ଗାଡି ଅଟକାଇ କିଛି ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର ପୁଣି ଘଟଣା ରେ ଆହତ ଅନ୍ୟ ଦୁଇଜଣ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ କମ୍ପାନୀ ପକ୍ଷରୁ କାଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ପ୍ରକାରେ ଆଜି ମଇତ୍ରୀ କମ୍ପାନୀ ଜିଏମ ସି ଏଚ ବୋଷ ଓ ଲୋକସମ୍ପର୍କ ଅଧିକାରୀ ପୃଷ୍ଟି ଦୁରିଆ କୌଣସି କାମ ନେଇ ସିଜିମାଳି ହେଇ କାଶୀପୁର କୁ ଫେରୁଥିଲେ । ପ୍ରାୟ ଦିନ ୨ ଟା ସମୟ ପ୍ରାୟ ୨୦ ଜଣ ଯୁବକ ବାଇକ ଯୋଗେ ଆସି ବୋଲେରୋ ଗାଡି ଟି କୁ ଅଟକାଇ ହାତଥ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ଘଟଣା ରେ ବୋଲେର ଗାଡି କୁ ଭଙ୍ଗାରୁଜା କରିବା ସହ ଡ୍ରାଇଭର ନବକୁମାର ଗୌଡ଼ ଜିଏମ ସିଏଚ ବୋଷ ଓ ପୃଷ୍ଟି ଦୁରିଆ ଙ୍କୁ ଆଖିବୁଝା ଆକ୍ରମଣ କରିଥିଲେ । ଫଳରେ ଲୋକସମ୍ପର୍କ ଅଧିକାରୀ ପୃଷ୍ଟି ଦୁରିଆ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ସଂଜ୍ଞାହୀନ ହେଇଯାଇଥିବା ବେଳେ ଡ୍ରାଇଭର ନବ ଗୌଡ଼ ଓ ସିଏଚ ବୋଷ ଉଭୟେ ଗୁରୁତର ହେଇଯାଇଥିଲେ । କୌଣସି ପ୍ରକାର ରେ କମ୍ପାନୀ ଏହି ଖବର ପାଇ ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ବର୍ତ୍ତମାନ ପୃଷ୍ଟି ଦୁରିଆ ଙ୍କୁ ସଙ୍କଟାପନ୍ନ ସ୍ଥିତି ଦେଖି ବିଶାଖାପାଟଣା ସ୍ଥାନାନ୍ତରିତ କରିଥିବାବେଳେ ଅନ୍ୟ ଦୁଇଜଣ ବିପଦ ମୁକ୍ତ ଥିବା ଜଣାପଡିଛି । ହେଲେ ଘଟଣାରେ କିଛି ଅପିରିଚିତ ବ୍ୟକ୍ତି ଆକ୍ରମଣ ରେ ସାମିଲ ଥିବାବେଳେ ଲିଖିତ ଅଭିଯୋଗ ରେ ଜଳେ ନାଏକ, କାର୍ତିକ ନାଏକ ଓ ଯଜ୍ଞ ନାଏକ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକି ଗତ ସମବାର ରାତ୍ର ଓ ବୁଧବାର ରାତ୍ରରେ ମଧ୍ୟ ଏହି ପରି ଘଟଣାରେ କଣ୍ଟାମାଲ ଠାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରୋପାଇ ଜିପି କଞ୍ଚେଲେଖା ଓ ମେଲଘରା ଗ୍ରାମର ଲୋକଙ୍କୁ ଅତର୍କିତ ଆକ୍ରମର ଘଟଣାର ଶିକାର ହୋଇଥିବା କାଶୀପୁର ଥାନେରେ ଅଭିଯୋଗ ହୋଇଅଛି ପୁଣି ଏହି ପରି ବାରମ୍ବାର ମରଣାନ୍ତର ଆକ୍ରମଣ ହେଉଥିବା ହେତୁ ଅଞ୍ଚଳରେ ଏକ ଆତଙ୍କର ବାତାବରଣ ସୃଷ୍ଟ ହେଇଛି।
ବର୍ତମାନ ଘଟଣାକୁ କେନ୍ଦ୍ରକରି ପୁଲିସ ର କାର୍ଯ୍ୟକଳାପ ଦେଖିବାକୁ ବାକି ରହିଲା।









