ହେଡଲାଇନସ୍:

ନିର୍ବାଚନ ପ୍ରାଧିକୃତ ଅଧିକାରୀମାଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା ୧୨-୦୧-୨୦୨୪ ରିଖ ଘ ୧୦.୩୦ ମିନିଟ ସମୟରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ, ରାୟଗଡା ଜିଲ୍ଲାରେ ଆଗାମୀ ସାଧାରଣ ନିର୍ବାଚନ, ୨୦୨୪ ନିମନ୍ତେ ପ୍ରତ୍ଯେକ ବ୍ଲକ/ପୌରାଞ୍ଚଳ/ଗ୍ରାମ ପଞ୍ଚାୟତ ସ୍ତରରେ ମତଦାତାଙ୍କ ସଚେତନତା ବୃଦ୍ଧି ପାଇଁ ରାଜ୍ୟ ନିର୍ଚାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭ୍ରମଣ କରିବାକୁ ଥିବା ୧୩ଗୋଟି ମୋବାଇଲ ପ୍ରଦର୍ଶନ ଭ୍ୟାନ (Mobile Demonstration Vehicle) ଏବଂ ଜିଲ୍ଲା ସଦରମହକୁମା/ ଉପଖଣ୍ଡ ସ୍ତରରେ ପରିଚାଳିତ ହେବାକୁ ଥିବା ୦୩ଗୋଟି ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର (EVM & VVPAT Demonstration Centre) ନିମନ୍ତେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

Imageଶ୍ରୀ ଭାସ୍କର ରଇତ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ, ସୁଶ୍ରୀ ସୁର୍ଜ୍ୟମଣୀ ଭୋଇ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ସୁଶ୍ରୀ ପ୍ରଜ୍ଞା ପରମିତା, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଓ ଶ୍ରୀ ମୃତ୍ୟୁଞ୍ଜୟ ବରାଳ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସମସ୍ତ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ତତସହିତ ରାୟଗଡ ଜିଲ୍ଳାପାଳଙ୍କ କାର୍ଯାଳୟ ପରିଷରରେ ଫ୍ରେବୃଆରୀ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷ୍ଯମ ହେବାକୁଥିବା ଇଭିଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର ଶ୍ରୀମତୀ ସ୍ଵଧା ଦେବ ସିଂ, ଭା.ପ୍ର.ସେ., ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ରାୟଗଡାଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ।

0
0
0
s2sdefault