ହେଡଲାଇନସ୍:

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଜାତୀୟ ଯୁବଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା । ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଚିତ୍ ମାର୍ଗରେ ଯିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶାସନିକ ଅଧିକାରୀ ନିଜ ଅଭିଭାଷଣ ରେ କହିଥିଲେ । ଯୁବଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

 

0
0
0
s2sdefault