ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବୁଧାପାଲି ଠାରେ ଚାଲିଥିବା ୧୩ତମ ଭିଏସଏସ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ଅନୁଷ୍ଠିତ ଖେଳରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କ୍ୱାର୍ଟର ଫାଇନାଲରେ କଦଳୀମୁଣ୍ଡା ଦଳକୁ ହରାଇ ବୁଡ଼େନ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କ୍ରୀଡ଼ା ସଂଘର ସଭାପତି ଲୋକନାଥ ପଟେଲ ଅତିଥି ରୂପେ ଯୋଗଦେଇ ବୁଡ଼େନ ଦଳର ରଘୁଙ୍କୁ ମେନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଆଜିର ମ୍ୟାଚରେ ବିକାଶ, ସେବାରାମ, ଆକାଶ ଓ ମିଥୁନ ଅମ୍ପ୍ୟାରିଂ ଏବଂ ଅନୀଲ ଧାରାବିବରଣୀ ପ୍ରଦାନ କରିଥିଲେ। ଭିଏସଏସ କ୍ଳବର ରାଜା, ବସୁଦେବ, ରାକେଶ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ l
ରାଜ୍ୟ
ଏସଏସ କ୍ରିକେଟ: ବୁଡ଼େନ ସେମିରେ
- Hits: 235








