ହେଡଲାଇନସ୍:

ବାଲୁଗାଁ: ଘର ଦେବାକୁ କହି ୬ ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ (ସେକ କୌସର ): ବାଲୁଗାଁରେ ଘର ଦେବାକୁ କହି ୬ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନାଁ ଘର ମିଳିଲା ନାଁ ଦେଇଥିବା ଟଙ୍କା ଫେରସ୍ତ ମିଳିଲା। ପରିଶେଷରେ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛନ୍ତି।ସୂଚନା ମୁତାବକ ବାଲୁଗାଁଗୋପୀନାଥପୁର ଗ୍ରାମର କାମିନୀ ବାଳା ନାୟକ ଏକ ଘର କିଣିବା ପାଇଁ ସେହି ଗ୍ରାମର ଭାସ୍କର ପାଢ଼ୀଙ୍କୁ (୫୬) ଦୀର୍ଘ ବର୍ଷେ ପୂର୍ବରୁ ଅଗ୍ରୀମ ଆକାରରେ ୬ ଲକ୍ଷ ଦେଇଥିଲେ। ଏନେଇ ଶ୍ରୀମତୀ ନାୟକ ବାରମ୍ବାର ଶ୍ରୀ ପାଢ଼ୀଙ୍କୁ ଜଣାଇଲେ ସୁଦ୍ଧା କୌଣସି ଉତ୍ତର ନମିଳିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ ଭାସ୍କର ପାଢ଼ୀକୁ ଠକେଇ ଅଭିଯୋଗରେ ଗିରଫ କରିଛି।

0
0
0
s2sdefault