ହେଡଲାଇନସ୍:

ସୁନ୍ଦରଗଡରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଜାନୁୟାରୀ ୧୭ ତାରିଖ ରେ ଶ୍ରୀକ୍ଷେତ୍ର ପୁରୀରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏଯାବତ୍ ମୋଟ ୧୦୧ ଟି ଜୟ ଜଗନ୍ନାଥ ଅର୍ପଣ ରଥର ଉଦ୍‌ଘାଟନ କରାଯାଇ ଅଛି , ଯାହା କି ଗାଁ କୁ ଗାଁ ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଅଛି।
ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ମୋଟ ୧୦୧ ଗୋଟି ରଥ ଏବେ ଜିଲ୍ଲାରେ ଗାଁ କୁ ଗାଁ ବୁଲି ଲୋକଙ୍କଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛନ୍ତି । ଏଯାଏ ମୋଟ ୧୬୭ଟି ଗ୍ରାମ ପଂଚାୟତ ର ୯୮୪ ଟି ଗାଁର ଲୋକଙ୍କ ପାଖରେ ପହଁଚି ସାରିଲାଣି। ପ୍ରତି ରଥକୁ ସୁସଜ୍ଜିତ କରାଯାଇଥିବାବେଳେ ରଥରେ ଜଗନ୍ନାଥ ଭଜନ ମଧ୍ୟ ପରିବେଷଣ କରାଯାଉଅଛି । ଏହା ସହ ଏହି ରଥ ସହ ଜଣେ ଜଣେ ସ୍ଥାନୀୟ ଅଧିକାରୀ ରହୁଛନ୍ତି ଯିଏ ପରିକ୍ରମା ପ୍ରକଳ୍ପ ସମ୍ବନ୍ଧ ରେ ଲୋକଙ୍କୁ ସୂଚନା ମଧ୍ୟ ଦେଉଛନ୍ତି। ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିକ୍ରମା ପ୍ରକଳ୍ପକୁ ନେଇ ଆଗ୍ରହ ପ୍ରକାଶ ମଧ୍ୟ କହୁଛନ୍ତି। ଏଠାରୁ ସଂଗୃହୀତ ହେଉଥିବା ଚାଉଳ ଆଉ ଗୁଆ ସ୍ଥାନୀୟ ଏକ ମନ୍ଦିରରେ ରଖାଯିବାର ବ୍ୟବସ୍ଥା ହୋଇଛି
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ସଳଖ ଗ୍ରାମ ପଂଚାୟତ ସ୍ତରରେ ସିଧାପ୍ରସାରଣ କରାଯିବାର ବ୍ୟବସ୍ଥା ହେବା ସହ ସ୍ଥାନୀୟ ଅଂଚଳରେ ଲୋକମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହେଉଛି ।

0
0
0
s2sdefault