ହେଡଲାଇନସ୍:

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଥିବା ଏକ ବେସରକାରୀ ସଂସ୍ଥାର ୨ କର୍ମଚାରୀ ଠକିବା ଅଭିଯୋଗରେ ଗିରଫ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସ୍ଥିତ ଉଦିତନଗରରେ ଥିବା ଇଣ୍ଟରନେସନାଲ ହ୍ୟୁମାନ ରାଇଟସ ଡ଼ିଫେଣ୍ଡେର ଏନ.ଜି.ଓ. ସଂସ୍ଥାର ୨ଜଣ କର୍ମଚାରୀ, ଲାଠିକଟା ଅଞ୍ଚଳର ୧୪୩ ରାଜପଥରେ ଏକ ବାଲି ବୋଝେଇ ଟ୍ରକଟି ଖରାପ ହୋଇ ଛିଡା ହୋଇଥିବା ବେଳେ, ଡ୍ରାଇଭରକୁ ଧମକାଇ ଦାଦାବଟି ମାଗୁଥିବା ଅବସ୍ଥାରେ , ରାତି ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଗାଡି ପହଞ୍ଚି, ୨ ଯୁବକଙ୍କୁ ଗିରଫ କଲା, ଲାଠିକଟା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଗତ କାଲି ସନ୍ଧ୍ୟାରେ ଟିମଜୋର ଘାଟରୁ ବାଲି ବୋଝେଇ ଟ୍ରକ ନମ୍ବର ଓଡି ୧୪ଏକ୍ସ ୦୧୯୨ ଲାଠିକଟାରେ ପହଂଚିବା ପରେ, ଟ୍ରକଟି ଖରାପ ହୋଇ ଯିବାରୁ, ଡ୍ରାଇଭର ମରାମତି କରୁଥିବା ବେଳେ, ରାଉରକେଲାରେ ଥିବା ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସ ଡ଼ିଫେଣ୍ଡର ସଂସ୍ଥାର ୨୯ ବର୍ଷ ବୟସ୍କ ମହମଦ ପରଭେଜ ଓ ୨୬ ବର୍ଷ ବୟସ୍କ ମହମଦ ସଇଦ, ନିଜକୁ ଓଡିଶା ମାଇନିଙ୍ଗ ବିଭାଗର କର୍ମଚାରୀ ପରିଚୟ ଦେଇ ୨ ଲକ୍ଷ ଟଙ୍କା ଜବରଦସ୍ତ ବଟି ଆଦାୟ କରୁଥିବା ବେଳେ,ରାତି ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଗାଡି ପହଞ୍ଚି, ୨ ଯୁବକକୁ ଗିରଫ କରିବା ସହ, ବ୍ୟବହାର କରୁଥିବା ୱାଗନାର କାର ନମ୍ବର ଓଡି ୧୪ ୱାଇ ୨୩୮୫ ଟିକୁ ମଧ୍ୟ ଜବତ କଲା , ଥାନାରେ ପଚାରିବା ବେଳେ,୨ ଜଣ ଠକ ବୋଲି ଜଣା ପଡିବା ପରେ,ଅଭିଯୁକ୍ତଙ୍କୁ ଦଫା ୩୪୧, ୩୯୨ ଏବଂ ୩୪ ଧାରା ଲଗାଈ କୋର୍ଟ ଚାଲାଣ କରିଛନ୍ତି, ବେଲ ନାମାଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଗଲା l

0
0
0
s2sdefault