ହେଡଲାଇନସ୍:

ଜାତୀୟ ଭୋଟର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,ତା-୧୧.୦୧.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ଜାନୁଆରୀ 25 ତାରିଖ ରେ ଦେଶରେ ପାଳିତ ହେବ 14 ତମ ଜାତୀୟ ଭୋଟର ଦିବସ।ଜଗତସିଂହପୁର ଜିଲ୍ଲା ରେ ଏହି ଦିବସ ଟିକୁ ସଫଳ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ, ସଦ୍ଭାବନା ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲପାଳ ଜାତୀୟ ଭୋଟର ଦିବସ ପାଳନ ଅବସରରେ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏବର୍ଷ ର ଥିମ୍ ରହିଛି nothing like voting, I vote for sure।ଏହି ଅବସରରେ 25 ତାରିଖ ସକାଳ 7 ଟା ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ର ଏକ ସଚେତନତା ଶୋଭାଯାତ୍ରା କଲେଜ ଛକ ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବ ଯେଉଁଥିରେ ଅନ୍ୟୁନ 200 ଜଣ ସ୍କୁଲ, କଲେଜ, ଏନ୍ ସି ସି, ସ୍କାଉଟ ଗାଇଡ୍, ଏନ୍ ୱାଇ କେ ଭଲ୍ଯୁଣ୍ଟିୟର ଭାଗ ନେବେ ବୋଲି ଜିଲ୍ଲାପାଳ କହିଥିଲେ। ଏବର୍ଷ ର ଥିମ୍ ଅନୁଯାୟୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରାଇ 18 ତାରିଖ ସୁଦ୍ଧା କୃତୀ ପ୍ରତିଯୋଗୀମାନଙ୍କ ନାମ ପଠାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଏସ୍ ଭି ଏମ୍ କଲେଜ ଅଧ୍ୟକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଜିଲ୍ଲା ସ୍ତରରେ ଜାତୀୟ ଭୋଟର ଦିବସ ପାଳନ ପାଇଁ ଏକ ସାଧାରଣ ସଭାର ଆୟୋଜନ କରାଯିବ, ଯେଉଁଥିରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ଓ ସେହିପରି ବ୍ଲକ୍ ସ୍ତର ରେ ଏହି ଦିବସ ପାଳନ ଅବସରରେ ଶ୍ରେଷ୍ଠ ବି ଏଲ୍ ଓ,ଏବଂ ବି ଏଲ୍ ଓ ସୁପରଭାଇଜର ମାନଙ୍କୁ ପୁରସ୍କୃତ କରାଯିବ। ଶ୍ରେଷ୍ଠ ବିବେଚିତ ହୋଇଥିବା ସେହି ବି ଏଲ୍ ଓ ଏବଂ ବି ଏଲ୍ ଓ ସୁପରଭାଇଜର ମାନଙ୍କୁ ଜିଲ୍ଲା ସ୍ତରରେ ମଧ୍ୟ ସମ୍ମାନିତ କରାଯିବ। ତେଣୁ ବିଭିନ୍ନ ବ୍ଲକ୍ ରୁ ସେମାନଙ୍କ ନାମ ସଂଗ୍ରହ କରି ଦେବା ପାଇଁ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କୁ ନିଦ୍ଦେର୍ଶ ଦେଇଥିଲେ ଜିଲ୍ଲାପାଳ। ସେହିପରି ଅନ୍ୟୁନ 20 ଜଣ ନୂଆ ଭୋଟର ଙ୍କ ନାମ ପଠାଇବା ପାଇଁ ଜିଲ୍ଲାପାଳ ନିଦ୍ଦେର୍ଶ ଦେଇଥିଲେ, ଯେଉଁ ମାନଙ୍କୁ ଜିଲ୍ଲା ସ୍ତରୀୟ ସଭାରେ ନୂତନ ଏପିକ କାର୍ଡ ସହ ପୁରସ୍କୃତ କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚୁନାଓ ପାଠଶାଳା, ଇ ଏଲ୍ ସି ସ୍କୁଲ ଓ ଇ ଏଲ୍ ସି କଲେଜ ମାନଙ୍କୁ ମଧ୍ୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଜିଲ୍ଲା ଓ ସମ୍ପୃକ୍ତ ବ୍ଲକ୍ ରେ ପୁରସ୍କୃତ କରାଯିବ। ସେଥିପାଇଁ ବ୍ଲକ ସ୍ତରରେ ସମ୍ପୃକ୍ତ ବି ଡି ଓ ଏବଂ ମୁନିସିପାଲିଟି ସ୍ତରରେ, ନିର୍ବାହୀ ଅଧିକାରୀ, ମୁନିସିପାଲିଟି ଙ୍କୁ ଓ ଶ୍ରେଷ୍ଠ ଇ ଏଲ୍ ସି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାୟିତ୍ଵ ଦେଇଥିଲେ । ସମାନ ଭାବେ ବୁଥ୍ ଲେବେଲ ଅଫିସର ମାନେ ପ୍ରତ୍ଯେକ ପୋଲିଂ ଷ୍ଟେସନ୍ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରି ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟର ମାନଙ୍କୁ ଏପିକ କାର୍ଡ ଦେଇ ସମ୍ବର୍ଦ୍ଧିତ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ନିର୍ବାଚନ ସମ୍ବନ୍ଧୀୟ ସୃଜନାତ୍ମକ ରଚନା ଓ ସୂଚନା ଲିଫ ଲେଟ୍ ପାମ୍ଫ୍ଲେଟ୍,ସୋସିଆଲ ମିଡିଆ ମାଧ୍ୟମରେ ବଣ୍ଟନ କରାଯିବ ଯାହା ଜନସାଧାରଣଙ୍କୁ ସେମାନଙ୍କ ଦାୟିତ୍ଵ ବିଷୟ ରେ ଅବଗତ କରାଇବ।ଜିଲ୍ଲା ଏବଂ ବ୍ଳକ ସ୍ତରରେ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏକ ଶପଥପାଠ ଅନୁଷ୍ଠିତ ହେବ ଯେଉଁଥିରେ ଉପସ୍ଥିତ ସମସ୍ତ ଜନସାଧାରଣ ଭାଗନେବେ ବୋଲି କହିଥିଲେ ଜିଲ୍ଲାପାଳ ଶ୍ରୀମତୀ ପଟାୱରି।ବୁଥ୍ ସ୍ତରରେ ଏହି ଜାତୀୟ ଭୋଟର ଦିବସ ର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ବି ଏଲ୍ ଓ ମାନଙ୍କୁ ନିର୍ଦ୍ଦେଶ ଦେବାପାଇଁ ଜିଲ୍ଲାପାଳ ବ୍ଳକ ର ବି ଡି ଓ ଏବଂ ନିର୍ବାହୀ ଅଧିକାରୀ, ମୁନିସିପାଲିଟି ଙ୍କୁ କହିଥିଲେ। ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ସମସ୍ତ ବ୍ଲକ୍ ର ବି ଡି ଓ, ସହକାରୀ ଜିଲ୍ଲାପାଳ ଶ୍ରୀ ରାଜେଶ କୁମାର ସାହୁ, କଳ୍ପିତା ଜେନା ,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault