କେନ୍ଦ୍ରାପଡା:(ଶାସକ ପ୍ରଶାସକ): ପ୍ରଫୁଲ କୁମାର ମଲ୍ଲ ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର 112 ଟି ହାଇ ସ୍କୁଲ ରୂପାନ୍ତରୀ କରଣରେ ସାମିଲ କରାଯାଇଥିଲା । ଭରଚୁଆଲ ମାଧ୍ୟ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଓ 5ଟି ଚେୟାରମ୍ୟାନ କାର୍ତିକେୟ ପାଣ୍ଡିଆନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠି ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇ କର ତାଳି ମାଧ୍ୟମରେ ପ୍ରଶାସନ ଓ ସରକାର ଙ୍କୁ ସମ୍ମାନିତ କରିଥିଲେ ।
ରାଜ୍ୟ
ଚତୁର୍ଥ ପର୍ଯ୍ୟାୟ 5t ହାଇସ୍କୁଲ ରୂପାନ୍ତର କରଣ ଶୁଭ ଉଦ୍ଘାଟନ ।
- Hits: 152








