ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି (ବୁଧବାର ଦିନ) ଦିନିକିଆ ଗସ୍ତ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି।
ପ୍ରଥମେ ଗୋଷାଣୀ ପଞ୍ଚାୟତ ସମିତିଠାରେ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ଵାଗତ କରଯିବା ସହ ଗଜପତି ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ପରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ କହିଥିଲେ ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର , ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଧାରକ। ସେମାନଙ୍କ ସାମର୍ଥ୍ୟର ସଫଳ ଉପଯୋଗ ରେ ଦେଶର ଉନ୍ନତି l ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଭାରତରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି। ଏହାକୁ ଆଗକୁ ନେବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି। ଯୋଜନାର ଲାଭ ନେବାକୁ ମାନ୍ୟବର ରାଜ୍ୟପାଳ ଗଜପତି ଜିଲ୍ଲାର ଗୋଷାଣୀ ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହ ବାର୍ତ୍ତାଳାପରେ କହିଛନ୍ତି। ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ଗୋଷାଣୀରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
ପରେ ପରେ ମାନ୍ୟବର ରାଜ୍ୟପାଳ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଶ୍ରୀ ରାମଲିଙ୍ଗେଶ୍ବର ମହାଦେବ ପୀଠ ଯାଇ ପୂଜାର୍ଚ୍ଚନା କରିଛନ୍ତି ।
ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ ସମ୍ଫଦ ଜାଗୃତା ଅଭିଯାନଙ୍କୁ ଶୁଭ ଉଦ୍ଘାଟନ କରିଥିଲେ । ସେଠାରେ ଥିବା ବିଭିନ୍ନ ଷ୍ଟଲ୍ ଯଥା : - ମତ୍ସ୍ୟ , ପ୍ରାଣୀ ଚିକିତ୍ସା , କୃଷୀ , ଉଦ୍ୟାନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଷ୍ଟଲକୁ ଯାଇ ହିତାଧିକାରୀ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ହିତାଧିକାରୀଙ୍କୁ କହିଥିଲେ ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାରରେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି , ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର । ନିକଟରେ ଆଦିବାସୀଙ୍କ ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦ ହଜାର କୋଟି ଟଙ୍କାର ଯୋଜନା ଆରମ୍ଭ କରିଛନ୍ତି। ବିକଶିତ ଭାରତ ନିର୍ମାଣ ପାଇଁ ସମସ୍ତେ କାମ କରିବାକୁ ମାନ୍ୟବର ରାଜ୍ୟପାଳ ଗଜପତି ଜିଲ୍ଲାର ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ , କୃଷି , ପ୍ରାଣୀସମ୍ପଦ ଓ ଉଦ୍ୟାନ କୃଷକଙ୍କ ସହ ବାର୍ତ୍ତାଳାପ ରେ କହିଛନ୍ତି।
ଅପରାହ୍ନରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଜୀବା ପଞ୍ଚାୟତର ପଦ୍ମପୁର ଗ୍ରାମ ଗ୍ରସ୍ତ କରି ଗାଁର ଲୋକମାନଙ୍କ ସହିତ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଭାରତର ଆତ୍ମା ଗାଁରେ ଅଛି , ଗାଁର ପ୍ରଗତିରେ ଦେଶର ପ୍ରଗତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ରେ ଗ୍ରାମ୍ୟ ବିକାଶ ଉପରେ ଗୁରୁତ୍ଵ ଆରୋପ କରାଯାଇଛି। ଗରିବଙ୍କ ଜୀବନ ଜୀବିକାମାନଙ୍କର ଉନ୍ନତି ଆଣିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏ ସମ୍ପର୍କରେ ବ୍ୟାପକ ସଚେତନତା ଦରକାର ବୋଲି ମାନ୍ୟବର ରାଜ୍ୟପାଳ ପଦ୍ମପୁର ଗ୍ରାମରେ ଚାଷୀ ଗ୍ରାମବାସୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି। ଲୋକଙ୍କ ବିଭିନ୍ନ ଅଭାବ ଅଭିଯୋଗ ସମସ୍ୟା ଶୁଣି ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି।
ଆଜିର ଏହି ଗ୍ରସ୍ତରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ କେ.ନାରାୟଣ ରାଓ , ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଯୁକ୍ତ ଏସ.ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ମହାମହିମ ରାଜ୍ୟପାଳ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା
- Hits: 262








