ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୦୧/୨୪ : ଜଗନ୍ନାଥ ସଂସ୍କୃତି ର ପ୍ରଚାର, ପ୍ରସାର ଓ ସଂରକ୍ଷଣ ତଥା ଓଡ଼ିଶା ବାସୀଙ୍କୁ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ କରି ରଖିବା ପାଇଁ ଡାବୁଗାଁ ବ୍ଲକ ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜୟ ଜଗନ୍ନାଥ ଅର୍ପଣ ରଥ ଗତ ୬ ତାରିଖରୁ ପରିକ୍ରମା କରୁଛି। ବ୍ଲକ ର ୧୨ ଗୋଟି ପଞ୍ଚାୟତ ରେ ପ୍ରତ୍ୟେକ ଗ୍ରାମ , ସାହି ଓ ଘର କୁ ଘର ବୁଲି ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରୁଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ଜୟ ଜଗନ୍ନାଥ ଅର୍ପଣ ରଥ ପ୍ରତ୍ୟେକ ପଞ୍ଚାୟତ ରେ ବୁଲି ବା ପରେ ପଞ୍ଚାୟତ ରୁ ସଂଗୃହିତ ଅରୁଆ ଚାଉଳ ଓ ଗୁଆ ଡାବୁଗାଁ ଜଗନ୍ନାଥ ମନ୍ଦିର ରେ ଏକତ୍ରିତ କରାଯିବା ପରେ ପ୍ରଶାସନ ତରଫରୁ ପୁରି ପଠାଯିବ । ପୁରି ଠାରେ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ପୂର୍ବରୁ ସଂଗୃହିତ ଅରୁଆ ଚାଉଳ ଓ ଗୁଆ କୁ ପ୍ରଶାସନ ତରଫରୁ ପ୍ରେରଣ କରାଯିବ ।
ଏହି କ୍ରମରେ ଆଜି କଇଲାରି ପଞ୍ଚାୟତ ରେ ସରପଞ୍ଚ ଚନ୍ଦ୍ରି ଭତରା ,ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ପିଇଓ ଅର୍ଜୁନ ଭତରା ତଥା ଅନ୍ୟମାନେ ସଙ୍କୀର୍ତ୍ତନ ମଣ୍ଡଳୀ ସହ ବାଜା ମର୍ଦଲ କରି ଜୟ ଜଗନ୍ନାଥ ଅର୍ପଣ ରଥ ସହ ଗ୍ରାମ ପରିକ୍ରମା କରିଥିଲେ। ସେହିପରି ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ , ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ପିଇଓ କାଳିପଦ କୀର୍ତ୍ତନିଆ, ସହ ଅନ୍ୟମାନେ ନଗର ପରିକ୍ରମା କରିଥିଲେ।








