ହେଡଲାଇନସ୍:

ଘନାମାଲ ହାଇସ୍କୁଲ ରେ ମାସିକ ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ଆଞ୍ଚଳିକ ହାଇସ୍କଲ ଘନାମାଲ ଠାରେ ରାଜବୋଡ଼ାସମ୍ବର୍ ବ୍ଲକ୍ ଅନ୍ତର୍ଗତ ସମସ୍ତ ଫାଇଭ ଟି (5T)ହାଇସ୍କୁଲର ପ୍ରଧାନଶିକ୍ଷକ ମାନଙ୍କର ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ। ନୂତନ ଭାବରେ ସ୍କୁଲ୍ ପାଠ୍ୟକ୍ରମ ଅନ୍ତର୍ଗତ କ୍ଲବ ଯଥା କୌଶଳୀ, ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା ର ସଫଳ ରୂପାୟନ ଉପରେ ଆଲୋଚନା ହୋଇଥିଲା ଓ ଆସନ୍ତା ତା ୧୪ ରୁ ତା ୨୦ /୦୧/୨୪ ମଧ୍ୟରେ ସମସ୍ତ ସ୍କୁଲ କ୍ଲବ ମାନଙ୍କର ଏକ ପ୍ରଦର୍ଶନୀ କରାଯାଇ ଶ୍ରେଷ୍ଠ ପ୍ରୋଜେକ୍ଟ ଗୁଡ଼ିକୁ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଗଲା। ଶେଷରେ ଆଞ୍ଚଳିକ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଜୀବର୍ଦ୍ଧନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault