ହେଡଲାଇନସ୍:

ରାମ ମନ୍ଦିର ନିର୍ମାଣରେ ପାରଳାର ଯୁବ ବୈଜ୍ଞାନିକଙ୍କ ବିରଳ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାମ ମନ୍ଦିରର ନିର୍ମାଣରେ ପାରଳାଖେମୁଣ୍ଡିରେ ଜନ୍ମିତ ତଥା ପ୍ରତିଷ୍ଠିତ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ କନିଷ୍ଠ ପୁତ୍ର ସରୋଜ କୁମାର ପାଣିଗ୍ରାହୀଙ୍କ ଏକ ବିରଳ କ୍ରୁତିତ୍ୱ ଆବିଷ୍କୃତ ହୋଇଛି।
ବର୍ତ୍ତମାନ ସେ ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ରୂପେ ଅଧିଷ୍ଠିତ ଅଛନ୍ତି। ତାଙ୍କରି ନେତୃତ୍ବରେ ଗୋଟିଏ ଦଳ ନିକଟରେ ରାମମନ୍ଦିର ନିର୍ମାଣରେ ସହଯୋଗର ହାତ ବଢାଇଛନ୍ତି।
ଏହି ଦଳ ଦ୍ୱାରା ପ୍ରସ୍ତୁତ "ସୂର୍ଯ୍ୟ ତିଳକ ଅଭିଷେକ"ର ଝଲକ ୩ ରୁ ୪ ମିନିଟ୍ ପାଇଁ ପ୍ରଦର୍ଶିତ କରାଯିବ।
ଏହିଭଳି ପାରଳା ମାଟିର ବିରଳ ପ୍ରତିଭା ଇଂଜିନିୟର ସରୋଜ କୁମାର ପାଣିଗ୍ରାହୀ ବୂ୍ର୍ଲା ବୀର ସୁରେନ୍ଦ୍ର ସାଏ ଇଂଜିନିୟରିଂ ବିଶ୍ୱବିଦ୍ୟାଳୟରୁ ବି. ଟେକ୍ ପାସ୍ କଲାପରେ ରାଉରକେଲା ରିଜିଓନାଲ୍ ଇଂଜିନିୟରିଂ କଲେଜରୁ ଏମ୍.ଟେକ୍ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରୁର୍କି ଆଇ. ଆଇ. ଟି. ରୁ ଡକ୍ଟରେଟ ଉପାଧି ଲାଭ କରିଥିଲେ। ତାଙ୍କର ଏହି ବିରଳ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

0
0
0
s2sdefault