ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୋଷାଣୀ ବ୍ଲକ ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ , ଖରସଣ୍ଡl ତରଫରୁ ବାରିପଦାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିବା "Women Safety Device - Communications & Transport ଜାତୀୟ ସ୍ତରକୁ ଯୋଗ୍ୟ ବିବେଚିତ ହୋଇଛି।
ଏହି ପ୍ରକଳ୍ପ କଲିକତାରେ ହେଉଥିବା ଜାତୀୟ ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଜି. ରେନୁଶ୍ରୀ , ସହାୟିକା ଶିକ୍ଷୟତ୍ରୀ ମଧୁସ୍ମିତା ତ୍ରିପାଠୀ ପ୍ରଦର୍ଶିତ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଡି ଏସ୍ ଏସ୍ ଆମ୍ପୋଲୁ ରବି କୁମାର୍ , ସ୍କୁଲ ପ୍ରଧାନଶିକ୍ଷକ , ସ୍କୁଲ କର୍ମକର୍ତ୍ତା , ଗ୍ରାମବାସୀ , ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲାପାଳ , ବ୍ଲକ ଶିକ୍ଷା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ
ଗଜପତି ଜିଲ୍ଲାର ବାଲ ବୈଜ୍ଞାନିକ ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ତରକୁ ଉନ୍ନୀତ ହେଲା
- Hits: 211








