ପଦ୍ମପୁର :- ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବମରିତ ଗ୍ରାମର ଜଣେ କୁଷ୍ଠରୋଗାକ୍ରାନ୍ତ ରୋଗୀ ଥିବାର ଖବର ପାଇ ପଦ୍ମପୁର ରେ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ସହଯୋଗ ଅନୁଷ୍ଠାନର ସଦସ୍ୟ ମାନେ ବମରିତ ଗ୍ରାମରେ ପହଞ୍ଚି ରୋଗୀ କୁ ଉଦ୍ଧାର କରି ପଦ୍ମପୁର ସ୍ଥିତ କୁଷ୍ଠାଶ୍ରମରେ ଥଇଥାନ କରିବାର ବ୍ୟବସ୍ଥା କରିଥିଲେ। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ବଢ଼େଇଙ୍କ ଦ୍ୱାରା ଆଶୁ ଚିକିତ୍ସାସେବାର ବ୍ୟବସ୍ଥା କଲାପରେ କୁଷ୍ଠାଶ୍ରମରେ ଥଇଥାନ ର ବ୍ୟବସ୍ଥା କରିଥିଲେ। ସହଯୋଗ ଅନୁଷ୍ଠାନର ସଭାପତି ମୈାସମ ପାଗଡା, ସମ୍ପାଦକ ତାପସ କୁମାର ନାୟକ, ଇଶ୍ଵର ମେହେର, ପ୍ରଦ୍ୟୁମ୍ନ ମେହେର,ପାର୍ଥ ସାରଥି ମହାପାତ୍ର,ଅଜୟ ଅଗ୍ରୱାଲ ପ୍ରମୁଖ ଏହି ସେବାରେ ସମର୍ପିତ ହୋଇ ଏଭଳି ସେବା କାର୍ଯ୍ୟ ରେ ଲିପ୍ତ ହୋଇ ଏଭଳି ମହାନ କାର୍ଯ୍ୟ ପାଇଁ ଅଞ୍ଚଳରେ ବେଶ ପ୍ରଶଂସନୀୟ।
ରାଜ୍ୟ
କୁଷ୍ଠ ରୋଗୀ କୁ ଥଇଥାନ କଲା "ସହଯୋଗ"
- Hits: 294








