ହେଡଲାଇନସ୍:

ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ଓଡିଶା ମୋଟର୍ ଭେଇକେଲ୍ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ର ମିଳିତ ଚଢ଼ାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 22 ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସପ୍ତାହେ ଧରି ସଡ଼କ ନିରାପତ୍ତା ନିୟମ ଭାଙ୍ଗୁଥିବା ଚାଳକଙ୍କୁ ବୁଝାଇବା ପରେ ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ କଠୋର ହୋଇଛନ୍ତି ଓଡ଼ିଶା ମୋଟର୍ ଭେଇକେଲ୍ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ I ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ଓଡ଼ିଶା ମୋଟର୍ ଭେଇକେଲ୍ ବିଭାଗ ଏବଂ ବେଲଗୁଣ୍ଠା ପୋଲିସ୍ ତିନୋଟି ସ୍ଥାନରେ ଚଢ଼ାଉ କରି ନିୟମ ଉଲ୍ଲଂଘନକାରୀ 22 ଜଣ ଗାଡ଼ି ଚାଳକଙ୍କ ଠାରୁ ତଣ୍ଡ ଆଦାୟ କରିବା ସହିତ ତାଗିଦ୍ କରିଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ପ୍ରଥମେ ସକାଳ ଦଶ ଘଣ୍ଟା ଠାରୁ ଏଗାର ଘଣ୍ଟା ତିରିଶି ମିନଟ୍ ପଯ୍ୟନ୍ତ ବେଲଗୁଣ୍ଠା- ବାଣତୁମ୍ବ ବୁଲାଣି ରାସ୍ତାରେ ଗାଡ଼ି ମଟର ଯାଞ୍ଚ୍ କରାଯାଇଥିଲା I ଏହା ପରେ ମଧ୍ୟାହ୍ନ ବାର ଘଣ୍ଟାରୁ ଗୋଟାଏ ମଧ୍ୟରେ ଗୋଶାଳା ଛକ ଏବଂ ଅପରାହ୍ଣ ଗୋଟାଏରୁ ଦୁଇ ଘଣ୍ଟା ମଧ୍ୟରେ ନୂଆଁଗାଆଁ ବଡ଼ନଦୀ ପୋଲ ନିକଟରେ ଉଭୟ ବିଭାଗ ମିଳିତ ଭାବେ ଗାଡ଼ି ମଟର୍ ଯାଞ୍ଚ୍ କରିଥିଲେ I ବିଶେଷ କରି ହେଲମେଟ୍ ପିନ୍ଧି ନଥିବା ଚାଳକ,ମଦ୍ୟପ ଚାଳକ,ଗାଡ଼ି ଚାଳନା ସମୟରେ ମୋବାଇଲ୍ ରେ କଥା ହେଉଥିବା ଏବଂ ତିନି ଜଣ ବସି ଯାଉଥିବା ମୋଟରସାଇକେଲ୍ କୁ ଅଟକାଇ ସେମାନଙ୍କୁ ତାଗିଦ୍ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା I ସେହିପରି କାର ଚାଳକ ସିଟ ବେଲ୍ଟ ପିନ୍ଧିବା ଓ ମଦ୍ୟପାନ ଉପରେ ଜରିମାନା ଆଦାୟ କରାଯାଇଥିଲା । ଏହି ଯାଞ୍ଚ୍ ରେ ଭଞ୍ଜନଗର ଓଡ଼ିଶା ମୋଟର୍ ଭେଇକେଲ୍ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଜିତେନ୍ଦ୍ର ମୁର୍ମୁ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଏସ୍ଆଇ ନାରାୟଣ ନାୟକ, ମହିଳା ଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନଙ୍କ ସମେତ ଓଡ଼ିଶା ମୋଟର୍ ଭେଇକେଲ୍ ବିଭାଗ ଏବଂବେଲଗୁଣ୍ଠା ପୋଲିସ୍ ବାହିନୀ ମୁତୟନ ଥିଲେ I

0
0
0
s2sdefault