ହେଡଲାଇନସ୍:

ମହିଳା ମାନଙ୍କ ପାଇଁ ଆଇନ ଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ସ୍ଵାତୀ ଅନୁଷ୍ଠାନ ପକ୍ଷରୁ ଓ ୟୁଏସ୍ କନସୁଲେଟ୍ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳା ମାନଙ୍କ ନିମନ୍ତେ ଆଇନ ସଚେତନତା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ. ସୁନିତା ଅଂଶଗ୍ରହଣ କରି କିପରି ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଶା ଓ ଅଙ୍ଗନୱାଡି କର୍ମୀ , ସୁପରଭାଇଜର , ୱାନ-ଷ୍ଟପ କେନ୍ଦ୍ର , ଆଇସିଡ଼ିଏସ , ସିଆରପି ଏସ୍ , ଫେଡରେଶନ ଲିଡର୍ସ , ସ୍ଵଧାର ଗୃହ , ଉଜ୍ଜ୍ଵଳ ହୋମ , ସରପଞ୍ଚ , ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏହି ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ସାଧନା ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ଶ୍ରୀ ସତ୍ୟଜିତ ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯେପରି କି ସାମ୍ବିଧାନିକ ଅଧିକାର , କନ୍ୟା ଭୃଣ ହତ୍ୟା , ପୋକ୍ସ ଆଇନ , ବାଲ୍ୟ ବିବାହ , ଯୌତୁକ ନିରୋଧ ଆଇନ , ଘରୋଇ ହିଂସା ପ୍ରତିରୋଧ ଆଇନ୍ , କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା , ଆନୁଷ୍ଠାନିକ ବ୍ୟବସ୍ଥା ପ୍ରଭୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ , ଜିଲ୍ଲା ପରିଷଦର ଏପିଡି ତଥା ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର କର ଓ ପ୍ରୋଗ୍ରାମ ଅଫିସର (ଓସଡ଼ମା) ଶ୍ରୀଯୁକ୍ତ ପ୍ରଦୋଷ କୁମାର ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଅଂଶଗ୍ରହଂଣକାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେ ସମ୍ପର୍କରେ ଉପାଦେୟ ସୂଚନା ଦେଇ ତାହା ଉପରେ ଆଲୋକପାତ କରିଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ଅଂଶ ଗ୍ରହଣକାରୀ ମାନଙ୍କୁ ସାର୍ଟିଫିକେଟ ଓ ସହାୟକ ପୁସ୍ତିକା ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀମତୀ ସୁଜାତା ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault