ହେଡଲାଇନସ୍:

ବିଧାୟକଙ୍କ ଦ୍ୱାରା ଡ୍ରାଇଭର ମହାସଙ୍ଘର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ ଡ୍ରାଇଭର ମହାସଂଘର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଗୋଶାଳା ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ସ୍ଥାନୀୟ ବାଦ୍ୟ ପରିବେଷଣ କରି ସ୍ୱାଗତ କରିଥିଲେ। ଡ୍ରାଇଭର ମାନଙ୍କ ପାଇଁ କୌଣସି ସଭାର ଆୟୋଜନ କରିବାକୁ ହେଲେ ଜାଗାଟିଏ ନଥିଲା, ସେଥିପାଇଁ ସେମାନେ ଯେକୌଣସି ମନ୍ଦିର ବେଢାରେ କରି ଆସୁଥିଲେ। କିନ୍ତୁ ବର୍ତ୍ତମାନ ଗୋଶାଳା ନିକଟରେ ୬୫ ଡ଼ିସିମିଲ ଜାଗା ସହିତ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିବାରୁ ମହାସଂଘର ସମସ୍ତ ସଦସ୍ୟ ବିଧାୟକ ଶ୍ରୀ ସ୍ବାଇଁକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବ୍ଲକ ବିଜେଡି ସଭାପତି ତଥା ବଦବୋରସିଂ ସରପଞ୍ଚ ଏସ ରାମେଶ୍ୱର ପାତ୍ର, ପ୍ରାକ୍ତନ ନଗରପାଳ ଚନ୍ଦ୍ରମଣି ସାମଲ, ଓ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ମାଗତାଦଳ ବେହେରା,ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ବିଜେଡି ଛାତ୍ର ସହ ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault