ହେଡଲାଇନସ୍:

ଦୁର୍ବୃତ୍ତ ଙ୍କ ଅଭିନବ କାଣ୍ଡ, ଡାବୁଗାଁ ଝରିଗାଁ ମୁଖ୍ୟ ରାସ୍ତା ରେ ଲୁହା କଣ୍ଟା ପୋତିଲେ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଲୁହା କଣ୍ଟା ପଶି ଖରାପ ହେଲା ଲକ୍ଷ୍ମୀ ବସ ର ଟାୟାର 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) :ତା ୦୭/୦୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ଝରିଗାଁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଦୁର୍ବୃତ୍ତ ମାନେ ଅଭିନବ କାଣ୍ଡ କରିଛନ୍ତି। ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ବୁଟିଆ ଗୁଡା ଗ୍ରାମ ନିକଟରେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗତକାଲି ରାତ୍ରରେ ଲୁହା କଣ୍ଟା ପୋତି ଦେଇଥିଲେ । ଯୋ ଦ୍ଵାରା ଆଜି ସକାଳେ ଡାବୁଗାଁ ରୁ ମେଦନା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ ର ଉଭୟ ସମ୍ମୁଖ ଟାୟାର ପଙ୍କଚର ହୋଇ ଯାଇଥିଲା। ଲକ୍ଷ୍ମୀ ବସ ର ଡ୍ରାଇଭର ପିଚୁ ରାସ୍ତା ଉପରେ ଏକ କାଳୀନ ଦୁଇଟି ସମ୍ମୁଖ ଟାୟାର ପଙ୍କଚର ହେବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ବସ ରୁ ଓହ୍ଲାଇ ତଳେ ଦେଖିବା ବେଳକୁ ରାସ୍ତା ଉପରେ କୌଣସି ଦୁର୍ବୃତ୍ତ ୬ ଗୋଟି ଲୁହା କଣ୍ଟା ହାତୁଡ଼ି ରେ ବାଡେଇ ପୋତି ଥିବା ଜଣା ପଡିଥିଲା। ଲୁହା ରୋଡ କୁ ପ୍ରାୟ ୫ ଇଞ୍ଚ ଲେଖାଏ କାଟି ତାକୁ ଗୋଟିଏ ଲାଇନ ରେ ହାତୁଡି ମାଧ୍ୟମରେ ପୋତି ଥିବା ବେଳେ ଦୁର୍ବୃତ୍ତ ମାନେ ଚୋରି କିମ୍ବା ଡକାୟତ ଉଦ୍ଦେଶ୍ୟରେ ରାସ୍ତା ଉପରେ ଗତ ରାତ୍ରରେ ଲୁହା କଣ୍ଟା ପୋତି ଦେଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଲୋକେ ପିଚୁ ରାସ୍ତା ଉପରେ ପୋତା ଯାଇଥିବା ଲୁହା କଣ୍ଟା କାଡ଼ିବା ପରେ ଡାବୁଗାଁ ରୁ ଝରିଗାଁ ପୁଣି ଯାତାୟାତ ସ୍ଵାଭାବିକ ହୋଇଥିଲା। ସବୁ ଦିନ ପରି ଆଜି ଡାବୁଗାଁ ରୁ ସକାଳେ ଯାତ୍ରୀ ଙ୍କୁ ନେଇ ଲକ୍ଷ୍ମୀ ବସ ମେଦନା ଅଭିମୁଖେ ବାହାରିଥିଲା। ସାଢେ଼ ୬ ଘଣ୍ଟ ସମୟରେ ଲକ୍ଷ୍ମୀ ବସ ବୁଟିଆଗୁଡ଼ା ରୁ ଦୁଇ କିମି ପୂର୍ବ ଜଙ୍ଗଲ ରାସ୍ତା ଉପରେ ଦୁର୍ବୃତ୍ତ ମାନେ ପୂର୍ବରୁ ପୋତି ଥିବା ଲୁହା କଣ୍ଟା ରେ ପସି ବସ ର ଦୁଇଟି ଟାୟାର ପଙ୍କଚର ହୋଇ ଯାଇଥିଲା। ତେବେ ସାଧାରଣ ଲୋକଙ୍କୁ ହଇରାଣ କରିଥିବା ଏପରି ଦୁର୍ବୃତ୍ତ ଙ୍କୁ ପୁଲିସ ପକ୍ଷରୁ ଶିଘ୍ର ଠାବ କରି ଦଣ୍ଡ ବିଧାନ କରିବାକୁ ସାଧାରଣରେ ଦାବୀ ହୋଇଛି।

0
0
0
s2sdefault