ହେଡଲାଇନସ୍:

ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କୁ ସ୍ମରଣ: ତିରୋଧାନ ଦିବସର ଷଷ୍ଠ ବାର୍ଷିକୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡ. ପଣ୍ଡାଙ୍କ ସମ୍ମାନରେ ୬ ବର୍ଷରେ ୨୭ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

ପାରାଦୀପ : ପାରାଦୀପ ଅଚଂଳର ବିଶିଷ୍ଟ ଶିକ୍ଷାବିତ, ଳେଖକ, ସଂଗଠକ, ଏକାଧିକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ବର୍ଗତ ଡକ୍ଚର ସତ୍ୟାନନ୍ଦ ପଣ୍ଡାଙ୍କ ତିରୋଧାନର ଷଷ୍ଠ ବାର୍ଷିକୀ ଅବସରରେ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ତଥା ପ୍ରତିଭାବାନ ୬ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକଅନ୍ତର୍ଗତ ଝିମାଣୀ ଗ୍ରାମରେ ଡ. ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଜନତା ନୋଡାଲ ସ୍କୁଲରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜନତା ନୋଡାଲ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିବା ୩ ଛାତ୍ରଛାତୀ– ବର୍ତ୍ତମାନ ଜଗତସିଂହପୁର ସ୍ଥିତ ଏସଭିଏମ କଲେଜରେ ପଢ଼ୁଥିବା ଶୁଭଶ୍ରୀ ସାହୁ ଓ ରୁଦ୍ର ସାମନ୍ତରାୟ ଏବଂ ତିର୍ତ୍ତୋଲର ଆଦିକାବି ସାରଳାଦାସ ମହାବିଦ୍ୟାଳୟରେ ପଢୁଥିବା ଶୁଭସ୍ମିତା ନାଏକଙ୍କ ସମେତ ଡ. ପଣ୍ଡାଙ୍କ ପୃଷ୍ଠପୋଷକତାରେ ସ୍ଥାପିତ ଝିମାଣିସ୍ଥିତ ନାରାୟଣ ବୀରବର ସାମନ୍ତ ମହାବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ -ଦୀପକସ୍ୱାଇଁ, ଶୁଭସ୍ମିତାଦାସ ଏବଂ ଶୁଭସ୍ମିତା ସ୍ୱାଇଁ (ବର୍ତ୍ତମାନ କଟକ ଶୈଳବାଳା ମହାବିଦ୍ୟାଳୟରେ ପଢ଼ୁଥିବା)- ଜଗତସିଂହପୁର ଜିଲ୍ଲାର ଏହି ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଏବଂ ଲେଖକଙ୍କ ସମ୍ମାନରେ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।
ଡ. ପଣ୍ଡାଙ୍କ ଭଉଣୀ ରାଧାରାଣୀ ତ୍ରିପାଠୀ, ଜନତା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତି ଓ ପୂର୍ବତନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଦସ୍ୟ ଦ୍ୱାରିକା ପ୍ରସାଦ ତ୍ରିପାଠୀ, ନିମାଇଁ ଚରଣ ଚୌଧୁରୀ ଓ ପ୍ରକାଶ ଚନ୍ଦ୍ର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ଚେକ୍ ପ୍ରଦାନ କରିଥିଲେ। ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଉପରେ ଗବେଷଣା କରି ନୃତତ୍ତ୍ୱ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଡାକ୍ତର ପଣ୍ଡା ରାଜ୍ୟର ପ୍ରଥମ ବ୍ୟକ୍ତି ଥିଲେ।
ଏହି ଅବସରରେ ଉଭୟ ଅନୁଷ୍ଠାନର କର୍ମଚାରୀଙ୍କ ବ୍ୟତୀତ ଟ୍ରଷ୍ଟର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଡ. ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର ୨୭ ଜଣ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ବୃତ୍ତି ପ୍ରଦାନ କରାଯାଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜ କ୍ୟାରିୟରକୁ ତ୍ୟାଗ କରି ନିଜ ଗାଁ ଓ ଏହାର ଆଖପାଖରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ମାର୍ଗଦର୍ଶନ କରିବା ପାଇଁ ଡ. ପଣ୍ଡା ନିଜ ଜୀବନକୁ ସମାଜସେବାରେ ଉତ୍ସର୍ଗ କରିଥିଲେ । ସେ ପାରାଦୀପର ଶିଳ୍ପାଞ୍ଚଳରେ ବିସ୍ଥାପିତ କୃଷକ ସହ କାମ କରିବା ସହ ବିଭିନ୍ନ ସଂଗଠନ ସହ ଜଡ଼ିତ ଥିଲେ। ଜଣେ ବିଶିଷ୍ଟ ଲେଖକଭାବେ, ସେ ୧୦ରୁ ଅଧିକ ପତ୍ରିକାର ସମ୍ପାଦନା କରିଥିଲେ, ଅନେକ ପତ୍ରିକା ଏବଂ ଖବରକାଗଜରେ ପ୍ରବନ୍ଧ ଲେଖିଥିଲେ ଏବଂ ଦୁଇଟି ପୁସ୍ତକ ରଚନା କରିଥିଲେ । ବନ୍ଦର ସହରର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳର ସାମାଜିକ ଜୀବନଯାତ୍ରାକୁ ଚିତ୍ରଣ କରିଥିବା ତାଙ୍କର ଅନ୍ତିମ ପୁସ୍ତକ "ପାରାଦୀପର ଇତିହାସ" ଟ୍ରଷ୍ଟ ଦ୍ୱାରା ୨୦୧୯ ମସିହାରେ ମରଣୋତ୍ତର ଭାବରେ ପ୍ରକାଶିତ ହୋଇଥିଲା ।

0
0
0
s2sdefault