ହେଡଲାଇନସ୍:

ଆବର୍ଜନା ମୁକ୍ତ ସହର ନିମନ୍ତେ; ଜାତୀୟ ସ୍ତରରେ ପ୍ରଶଂସିତ ହେବ ଭଞ୍ଜନଗର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଭଞ୍ଜନଗର ସହରରେ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ; ବର୍ତ୍ତମାନ ଆର୍ବଜନା ମୁକ୍ତ ସହର ଭାବେ କେନ୍ଦ୍ର ସରକାରଙ୍କ ସ୍ଵଛ ସର୍ବେକ୍ଷଣ ୨୦୨୩ ଅଭିଯାନ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲା ର ୧୦ ଟି ଏନ୍.ଏ.ସି ମଧ୍ୟରେ ଭଞ୍ଜନଗର ଏନ୍.ଏ.ସି ଜାତୀୟ ସ୍ତରରେ ଚୟନ ହୋଇ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବା ପାଇଁ ଧାର୍ଯ୍ୟ ହୋଇଛି।

ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ଏନ୍ଏସିକୁ ଅବଗତ କରାଯାଇଛି। ଏହି ଖବର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଦେଖାଦେଇଛି। ଆସନ୍ତା ୧୧ ତାରିଖ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ପୁରସ୍କାର ବିତରଣ ଉତ୍ସବରେ ନଗରପାଳ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟ ର୍ନିବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ପରିମଳ ବିଭାଗର କର୍ମଚାରୀ ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦାନ କରିବାର ଅଛି । ଜାତୀୟ ସ୍ତରରେ ଭଞ୍ଜନଗର ଏନ୍ ଏ ସି ପୁରସ୍କାର ପାଇବା ଜଣାପଡିବା ପରେ ଏହା ଅଞ୍ଚଳ ପାଇଁ ଗୌରବର କଥା ବୋଲି ସହରବାସୀ ପ୍ରକାଶ କରିଛନ୍ତି। ଏଥିନିମନ୍ତେ ନଗର ପାଳ ଗୋପବନ୍ଧୁ ମହାପାତ୍ର ଏବଂ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆାଶୁତୋଷ ଗୌରବ କରଙ୍କୁ ସମସ୍ତ କର୍ମଚାରୀ ଓ ସହର ସମସ୍ତ କାଉନସିଲର ଅଭିନନ୍ଦନ ଜଣାଇଛନ୍ତି। କାଉନସିଲର ମାନଙ୍କ ଉଦ୍ୟମ ଓ ସହରବାସୀଙ୍କ ସହଯୋଗ ଯୋଗୁ ଏଭଳି ପୁରସ୍କାର ପାଇବାରେ ସହାୟକ ହୋଇପାରିଥିବା ଏନ୍ଏସି ପକ୍ଷରୁ କୁହାଯାଇଛି। ବିଶେଷ କରି ବିଭିନ୍ନ ଗୁଣାତ୍ମକ ଆଧାରକୁ ନେଇ ସର୍ଭେ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ପ୍ରାଧାନ୍ୟତା କୁ ବିଚାର କୁ ନିଆଯାଇ ପୁରସ୍କୃତ କରାଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉକି ସହରକୁ ସୁନ୍ଦର ଓ ସ୍ବଚ୍ଛ ରଖିବା ନମନ୍ତେ ଭଞ୍ଜନଗର ଏନ୍ଏସି ପକ୍ଷରୁ ପ୍ରତିଦିନ ପ୍ରତି ଘରୁ ଆର୍ବଜନା ସଂଗ୍ରହ କରିବା ସହ ସମ୍ପଦ କେନ୍ଦ୍ରରେ ପୁନଃଚକ୍ରିକରଣ ମାଧ୍ୟମରେ ଖତ ପ୍ରସ୍ତୁତ କରାଯାଉଛି। ସିଧା ସଳଖ ଜନପ୍ରତିନିଧି ଓ କର୍ମଚାରୀ ମାନେ ଲୋକ ମାନଙ୍କ ସହ ସମନ୍ୱୟ ରକ୍ଷା କରି ଆବର୍ଜନାକୁ ପରିଚାଳନା କରିବା ଦିଗରେ ପଦକ୍ଷେପ ନେବା ଯୋଗୁଁ ଏଭଳି ପୁରସ୍କାର ପାଇବାରେ ସଫଳ ହୋଇଥିବା ସାଧାରଣରେ ମତପ୍ରକାଶ ପାଇଛି।

0
0
0
s2sdefault