ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ହେଉଛି ପୂରଣ ; ବରଗଡ଼ରେ ପହଞ୍ଚିଲା ହୀରାକୁଦର ପାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲାବାସୀଙ୍କ ସ୍ଵପ୍ନ ବାସ୍ତବତାର ରୂପ ନେଇଛି। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ବରଗଡ଼ ଜିଲ୍ଲା ସମେତ ସୋନପୁର ଜିଲ୍ଲାର ୧୨୯ଟି ଗାଁର ଜମିକୁ ମାଡିବ ପାଣି। ତେବେ ହୀରାକୁଦରୁ ପାଣି ବରଗଡ଼ ତୁରୁଙ୍ଗା ସ୍ଥିତ ପମ୍ପ ହାଉସକୁ ପହଞ୍ଚି ସାରିଛି | ବରଗଡ଼ ଜିଲ୍ଲାର ଚୀର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବେଶ୍ ପରିଚିତ ବିଜେପୁର , ସୋହେଲା , ବରପାଲି ଓ ବରଗଡ଼ ବ୍ଲକ ସମେତ ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ସମୁଦାୟ ୧୨୯ ଗାଁ କୁ ଜଳ ସେଚିତ ହେବ। ଏଥିପାଇଁ ୨୦୧୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ତାହା ବାସ୍ତବ ରୂପ ନେବାରେ ଲାଗିଛି । ୧୨୭୫.୨୬କୋଟି ଟଙ୍କା ବିନିମୟରେ ଏହି ବୃହତ ଜଳସେଚନ ପ୍ରକଳ୍ପ କରାଯାଇଥିବା ବେଳେ ମରୁଡ଼ି ପ୍ରପୀଡ଼ିତ ଜମି ଗୁଡ଼ିକ ଶସ୍ୟଶ୍ୟାମଳ ହେବାକୁ ଯାଉଛି। ନୂତନ ବର୍ଷରେ ଭାତହାଣ୍ଡି ବରଗଡ଼ ଜିଲ୍ଲାର ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହା ଉପହାର ବୋଲି ଚାଷୀକୁଲକୁଳ ଖୁସି ପ୍ରକଟ କରିଛନ୍ତି। ପରୀକ୍ଷାମୂଳକ ଭାବେ ଜମି ଗୁଡ଼ିକୁ ଜଳ ସେଚନ ପାଇଁ ନିଆଯାଇଥିବା ବେଳେ ଆଉ ମାତ୍ର ତିନି ଦିନ ପରେ ୨୫ହଜାର ୬୦୦ହେକ୍ଟର ଜମିକୁ ଜଳ ସେଚିତ ହେବ। ତେବେ ବିଜେପୁର ବ୍ଲକର ୭୭ଟି ଗାଁର ୧୫୨୦୦ହେକ୍ଟର, ସୋହେଲା ବ୍ଲକର ୬୪୦୦ହେକ୍ଟର, ବରପାଲି ବ୍ଲକର ୧୯ଟି ଗାଁର ୩୮୪୦ ସହ ବରଗଡ଼ ବ୍ଲକର କିଛିଟା ଗାଁ ଅଞ୍ଚଳ ସମେତ ଡୁଙ୍ଗୁରୀପାଲି ଗାଁର ଆଂଶିକ ଅଞ୍ଚଳକୁ ଜଳ ସେଚନର ସୁବିଧା ବ୍ୟବସ୍ଥା କରାଯାଇଛି।

0
0
0
s2sdefault