ହେଡଲାଇନସ୍:

ପାଇକମାଳ ହାଇସ୍କୁଲରେ ମିଶନ-୧୦୦ ଶିବିର ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଗଣିତ ଓ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତରେ ୧୦୦ ରୁ ୧୦୦ ଅଙ୍କ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ପାଇକମାଳ ବ୍ଳକର ୨୬ ଟି ହାଇସ୍କୁଲର ସାଇନିଂ ଷ୍ଟାର ମାନଙ୍କର ପ୍ରଶିକ୍ଷଣ ଶିବିର ପ୍ରଧାନ ଶିକ୍ଷକ ଦ୍ବାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୧୫ ଜଣ ଛାତ୍ରଛାତ୍ରୀଙ୍କୁ ୨୭ ଜଣ ସାଧନ କର୍ମୀ କିପରି ପ୍ରସ୍ତୁତି କଲେ ଉପରୋକ୍ତ ବିଷୟ ମାନଙ୍କରେ ୧୦୦ ରୁ ୧୦୦ ମାର୍କ ରଖି ପାରିବେ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଛନ୍ତି। ମୁଖ୍ୟ ଅତିଥି ଅବସର ପ୍ରାପ୍ତ ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଇଓ ପାଇକମାଳ ଚୂଡ଼ାମଣି ବାରିକ ମିଶନ - ୧୦୦ ର ଉଦେଶ୍ୟ ଜ୍ଞାପନ କରିଥିଲେ। ଗଣିତ ଓ ବିଜ୍ଞାନ ବିଷୟରେ ୧୦୦ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ହୃଦାନନ୍ଦ ବାରିକ ଘୋଷଣା କରିଥିଲେ। ରଜତ କୁମାର ସାହୁ, ଲଳିତ କୁମାର ବିଶ୍ବାଳ, ଆନନ୍ଦିନୀ ସେଠ୍ , ସୁଦାମ ପାଣ୍ଡେ, ଅନୀତା ପାଣିଗ୍ରାହୀ ଓ ସଙ୍ଗୀତା ସାହୁ , ଉଷା ଦାସ୍ ପ୍ରମୁଖ ସହଯୋଗ କରିଥିଲେ ‌। ତ୍ରିଲୋଚନ ନାଏକ ଶିବିର ପରିଚାଳନା କରିଥିଲେ।

0
0
0
s2sdefault