ରାଉରକେଲା,(ବସନ୍ତ କୁମାର ଜେନା): ସ୍ଥାନୀୟ ହୃଷୀକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରଜାତୀୟ ସେବା ସଂସ୍ଥା (ବାଳକ ଶାଖା) ଆନୁକୁଲ୍ଯରେ ଏକ ସପ୍ତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ଶିବିର ନିକଟସ୍ଥ ଧାମରା ବସ୍ତି ରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଗତ ୨୫ ଡିସେମ୍ବର ରେ ଆରମ୍ଭ ହୋଇ ୩୧ ଡିସେମ୍ବର ରେ ଉଦ୍ଦଯାପିତ ହୋଇଥିଲା। ଉଦ୍ଘାଟନ କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ, କଲେରା ସଚେତନତା ରାଲି ଓ ସଭା , ନିଶା ନିବାରଣ ରାଲି, ସାକ୍ଷରତା ସର୍ଭେ ପ୍ରମୁଖ କରଜ୍ୟକରମ ମାନ ହାତକୁ ନିଆଯାଇଥିଲା । ମହାବିଦ୍ୟାଳୟର ୨୫ ଜଣ ଛାତ୍ର, ସ୍ଵେଚ୍ଛାସେବୀ ଆହୋରାତ୍ର ନିକଟସ୍ଥ ସ୍ଵାମୀ ରାମକୃଷ୍ଣ ମେମୋରିଆଲ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅବସ୍ଥାନ କରୁଥିଲେ। ସେମାନଙ୍କ ସହିତ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ର, ରଞ୍ଜିତ ପ୍ରସାଦ ପଳାଇ ଓ କର୍ମଚାରୀ ସୁଧାଂଶୁ ଶେଖର ସାମଲ ମଧ୍ୟ ଅବସ୍ଥାନ କରୁଥିଲେ। ବର୍ତ୍ତମାନ ରାଉରକେଲା ରେ କଲେରା ବ୍ୟାପୀଥିବାରୁ ଛାତ୍ର ସ୍ବେଛାସେବୀ ମାନେ ଜିଲ୍ଲା ର ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ ପ୍ରଭାରି ମହେନ୍ଦ୍ର ବାଗ ଓ ତିରୋମଣି ପ୍ରଧାନ ଙ୍କ ସହଯୋଗରେ ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା।
ଶେଷ ଦିବସରେ ଅନୁଷ୍ଠିତ ହୋଇଥିବା ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଜୟ କୁମାର ବରାଲ, ସମ୍ପାଦକ ମଧୁସୂଦନ ପାଠାଗାର ତଥା ମୁଖ୍ୟ ବକ୍ତା ଭାବେ ଶ୍ରୀ ସତ୍ୟାନନ୍ଦ ବେହେରା, ପ୍ରତିଷ୍ଠିତ ସାମ୍ବାଦିକ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଉଦେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ୍ ମଧ୍ୟରେ ସତ୍ୟନାରାୟଣ ଦୁବେ, ପ୍ରମୋଦିନୀ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଛାତ୍ର ମାନଙ୍କୁ ତାଙ୍କର ଅଧ୍ୟୟନ ସହିତ ସାମାଜିକ କାର୍ଯ୍ୟ ରେ ନିଯୋଜିତ ରହିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ବେହେରା ଗଳ୍ପରଳ ରେ ସାମାଜିକ କାର୍ଯ୍ୟ ସହିତ ସାମାଜିକ ସମ୍ପର୍କ ସ୍ଥାପନା କରାଯାଇପାରିବ ସେ କଥା ବୁଝାଇ କହିଥିଲେ। ଅଧ୍ୟକ୍ଷ ତାଙ୍କ ସ୍ଵାଗତ ଭାଷଣ ରେ ଛାତ୍ର ମାନଙ୍କ ଏତାଦୃଶ ସାମାଜିକ କରଜ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଦୀପ କୁମାର ମହାନ୍ତି, ରଜନୀ କାନ୍ତ ମିଶ୍ର, ଚିତ ମୋହନ ମିଶ୍ର, ସୁବାସ ଚନ୍ଦ୍ର ସାମଲ, କର୍ମଚାରୀ ଜୋତିଶ କୁମାର ଦାସ, ଅଜୟ କୁମାର ସୁନ୍ଦର ରାୟ ଓ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ସମସ୍ତ କରଜ୍ୟକରମ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ର ଙ୍କ ପ୍ରତୀକ୍ଷ ତତ୍ବାବଧାନ ରେ ପରିଚାଳିତ ହୋଇଥିଲା।
ରାଜ୍ୟ
ହୃଷୀକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ
- Hits: 201








