ହେଡଲାଇନସ୍:

189 ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ ଏକ୍ସନ ପ୍ରୋଗ୍ରାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ବରଗଡ ଜିଲ୍ଲା ପାଇକମାଲ ର ଅଧିକାଂଶ ଅଂଚଳ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତ ନୂଆପଡା , ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ବ୍ୟାପି ରହିଛି , ଯାହାଫଳରେ ଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ହେବ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି । ମାଓବାଦୀ ମାନଙ୍କର ଦ୍ୱାରା ଲୋକଙ୍କୁ ଭୟଭୀତ କରାଇବା ସହିତ ବିଗତ ଦିନରେ କିଛି ଲୋକଙ୍କୁ ହତ୍ୟା ମଧ୍ୟ କରାଯାଉଛି । ସେଥିପାଇଁ ମୁଖ୍ୟତଃ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ଓ ମାଓ ଦମନ ପାଇଁ ପାଇକମାଲ ବ୍ଲକ ର କେରମେଳାବାହାଲ , ପାଇକମାଲ , ଓ ବରତୁଣ୍ଡା ଠାରେ ସିଆରପିଏଫ ର ତିନି ଗୋଟି କମ୍ପାନୀ ମୁତୟନ କରାଯାଇଛି ।
ଲୋକଙ୍କ ସୁରକ୍ଷା ସହିତ ଲୋକ ସମ୍ପର୍କ ବଢାଇବା ଓ ସାଧାରଣ ଜନତା ଙ୍କୁ ସବୁବେଳେ ସାଧ୍ୟ ମୁତାବକ ସହାୟତା କରିବା ପାଇଁ ପ୍ରସ୍ତୁତ ରହନ୍ତି ସିଆରପିଏଫ ର ସମର୍ପିତ ଯବାନ । ଆଜି 189 ବାଟାଲିଅନ ର କମାନଡେଣ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଙ୍କ ନିର୍ଦେଶ ଓ ପ୍ରତକ୍ଷ ତତ୍ୱବାଧାନରେ ପାଇକମାଳ ବ୍ଲକର ବିକ୍ରମନଗର ଖେଳ ପଡିଆ ଠାରେ ପାଇକମାଲରେ ମୁତୟନ ଥିବା 189 ବାଟାଲିଅନର "ଡି" କମ୍ପାନୀ ଓ ବରତୁଣ୍ଡାରେ ମୁତୟନ ଥିବା "ଇ" କମ୍ପାନୀ ର ମିଳିତ ଉଦ୍ୟମରେ ଏକ ସିଭିକ ଏକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି ପ୍ରୋଗ୍ରାମରେ ମାଧ୍ୟମରେ ଲୋକଙ୍କୁ ପ୍ରାୟ ୧୮୦ ଗୋଟି କମ୍ବଳ ବଣ୍ଟନ କରାଯିବା ସହିତ ପ୍ରାୟ ୨୦୦ରୁ ଉର୍ଦ୍ଧ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହା ସହିତ 189 ବାଟାଲିଅନ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାକେଶ କୁମାର ଶର୍ମା ଓ ପାଇକମାଲ ଚିକିତ୍ସାଳୟର କମ୍ପାଉଣ୍ଡର ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଚିକିତ୍ସିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ 189 ବାଟାଲିୟନର ସହାୟକ କମାଣ୍ଡାଣ୍ଟ ନନ୍ଦଲାଲ ମୀନା,189 ବାଟାଲିୟନର ସହାୟକ କମାଣ୍ଡାଣ୍ଟ ନିନା ଶର୍ମା ଓ 19 ବାଟାଲିୟନ ସହାୟକ କମାଣ୍ଡାଣ୍ଟ ଐଶ୍ୱର୍ଯ୍ୟା ଯୋଇ ଏମ ପ୍ରମୁଖ ଙ୍କ ସହ ପାଇକମାଳ,ମିଠାପାଲି ଓ ବରତୁଣ୍ଡା ସରପଞ୍ଚ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଇନସ୍ପେକ୍ଟର ସଞ୍ଜୟ କୁମାର ତ୍ରିପାଠୀ ପରିଚାଳନା କରୁଥିବା ବେଳେ 189 ବାଟାଲିୟନ ଡି ଓ ଇ କମ୍ପାନୀର ସମସ୍ତ ଅଫିସର ଓ ଯବାନ ସହଯୋଗ କରିଥିଲେ । ସିଆରପିଏଫ ଏହି ଭଳି କାର୍ଯ୍ୟକୁ ଅଞ୍ଚଳବାସୀ ସବୁ ସମୟରେ ପ୍ରଶଂସା କରି ଆସୁଛନ୍ତି ।

0
0
0
s2sdefault