ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଗୁଣପୁର ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଆମ ସଂକଳ୍ପ ବିକଶିତ ଭାରତ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଉପସ୍ଥିତ ରହି ଉକ୍ତ ରଥକୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ କିଭଳି ଜନସାଧାରଣ ଉପକୃତ ହୋଇ ପାରୁଛନ୍ତି ସେ ନେଇ ଅବଗତ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ପରେ ହିତଧିକାରୀଙ୍କୁ ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗୃହ ନିର୍ମାଣ ସକାଶେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏଥି ସହ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ପଞ୍ଜିକୃତ ଉଠାଦୋକାନୀଙ୍କୁ ଋଣ ପ୍ରଦାନ କରାଯାଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପୌର କାର୍ଯ୍ୟକର୍ତା, ସ୍ୱଚ୍ଛସାଥି ଏସଏଚଜି ମହିଳା ଉପସ୍ଥିତ ଥିଲେ। ପରେ ଉକ୍ତ ରଥ ସହର ପରିକ୍ରମା କରିବା ପରେ ଗୁଡ଼ାରୀ ଅଭିମୁଖେ ଯାତ୍ରା କରିଥିଲା।










