ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତ୍ୟେକ ବାପା ମା ଚାହାଁନ୍ତି ତାଙ୍କର ପୁଅ ଝିଅ ପାଠ ପଢିବେ, ରୋଜଗାର କରିବେ ଓ ବାପା ମାଁ ଙ୍କ ସେବା କରିବେ। କିନ୍ତୁ ଭାଗ୍ୟ ର ବିଡମ୍ବନା କହିବା ବା ସମୟ ର ଖେଳ ସମୟଚକ୍ର ର ଖେଳ ରେ ଛନ୍ଦି ହୋଇଥିବା ଅନେକ ବ୍ୟକ୍ତି ଙ୍କ , ମଧ୍ୟରେ ଏକ ଶିକ୍ଷିତ ଯୁବକଙ୍କ ଦୁଃଖ ସମସ୍ତ ଙ୍କ ଠୁ ଅଲଗା ଓ ହୃଦୟ ବିଦାରକ । ଏପରି ଜଣେ ଯୁବକ ପୁଅ ଯାହା ପାଇଁ ପରିବାର ସଦସ୍ୟ ବ୍ୟସ୍ଥ ବିବ୍ରତ।
ଭଞ୍ଜନଗର ମୁଖ୍ୟ ଚିକିତ୍ସାଳୟରେ କିଡନୀ ଡାଏଲେସିସ୍ କେନ୍ଦ୍ର ରେ କିଡନୀ ରୋଗରେ ପୀଡିତ ୨୪ ବର୍ଷିୟ ଅଭିଜିତ ମିଶ୍ର । ଅଭିଜିତ ଜଣେ ଶିକ୍ଷିତ ଗ୍ରାଜୁଏଟ ଓ ଭାରତୀୟ ସେନା ବହିନୀରେ ଯୋଗଦେବା ତାଙ୍କର ସ୍ୱପ୍ନ ଥିଲା । ସେଥିନିମିତ୍ତ ସେ ଦିନରାତି ଏକ କରି ପ୍ରସ୍ତୁତି ଚଳାଇଥିଲେ। ମେଳାପି ମିଷ୍ଟଭାଷୀ ଓ ସମସ୍ତ ଙ୍କ ପ୍ରିୟ ପାତ୍ର ଥିଲେ। କିନ୍ତୁ ଭାଗ୍ୟ ର ଖେଳରେ ତାଙ୍କର ଦୁଇଟା ଯାକ କିଡ଼୍ନି ଖରାପ ହୋଇ ଗଲା। ବାପା ଜଣେ ପୂଜକ ତେଣୁ ଚିକିତ୍ସା ରେ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ସମ୍ଭବ ହୋଇ ପାରିନଥିଲେ ମଧ୍ୟ ଲୋକଙ୍କ ଠାରୁ ଧାର କରଜ କରି ପୁଅର ଚିକିତ୍ସା ଚଳାଇଛନ୍ତି। ନିଜ ପରିବାର ର କଷ୍ଟ ଅର୍ଜିତ ଯାହା ଥିଲା ସବୁ ଅଭିଜିତ ଙ୍କ ଚିକିତ୍ସା ରେ ସରିଗଲାଣି। ଶେଷରେ ଜନ୍ମକଲା ମାଁ, ପୁଅ ର ଜିବନ ବଞ୍ଚାଇବା ପାଇଁ ନିଜର ଦୁଇଟି କିଡନୀ ରୁ ଗୋଟିଏ ଦେବା ନିମନ୍ତେ ପ୍ରସ୍ତୁତ । ତଥାପି ଦୁଃଖ ର ଅନ୍ତନାହିଁ କାରଣ କିଡନୀ ପ୍ରତି ରୋପଣ ପାଇଁ ପ୍ରାୟ ୧୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଆବଶ୍ୟକତା ରହିଛି, ଯାହା ସେମାନଙ୍କ ପକ୍ଷେ ଅସମ୍ଭବ। ଏହିପରି ସ୍ଥଳେ ଅଭିଜିତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଗମ୍ଭୀର ହୋଇ ଚାଲିଛି ।ଅଭିଜିତ ଙ୍କ ପରିବାର ର କୌଣସି ସ୍ୱାସ୍ଥ୍ୟ କାର୍ଡ କିମ୍ବା ରାସନ କାର୍ଡ ନାହିଁ। ସେଥିନିମିତ୍ତ ଆମ ଖବରକାଗଜ ମାଧ୍ୟମରେ ନିଜେ ଅଭିଜିତ୍ { କିଡ଼୍ନି ରୋଗରେ ଆକ୍ରାନ୍ତ ଯୁବକ} ତାଙ୍କର କାନ୍ଦ କାନ୍ଦ ମୁହଁ ଥର ଥର ପାଟିରେ ସମସ୍ତ ବଦାନ୍ୟ ବ୍ୟକ୍ତି ପ୍ରଶାସନ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ, ମନ୍ତ୍ରୀ ,ପ୍ରଶାସନ ବା ସ୍ଵେଚ୍ଛାସେବୀ ସଂଗଠନ ସଭିଙ୍କୁ ଯୋଡ ହସ୍ତରେ ନିବେଦନ କରି କହିଛନ୍ତି ତାଙ୍କୁ ସାହାଯ୍ୟ କରନ୍ତୁ । ଏବଂ ସମାଜରେ ଯେପରି ଜଣେ ସାଧାରଣ ମଣିଷ ପରି ଜୀବିତ ରହିଵେ ସେଥିପାଇଁ ସମସ୍ତେ ସାହାଯ୍ୟ ର ହାତ ବଢାନ୍ତୁ। ଅଭିଜିତ ଙ୍କ ପରିବାର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ଧାରକୋଟ ଗ୍ରାମ ରେ ରହନ୍ତି। ଭଞ୍ଜନଗର କୁ ପ୍ରତ୍ୟେକ ଦୁଇ ଦିନକୁ ଥରେ କିଡନୀ ଡାଏଲେସିସ୍ ପାଇଁ ଆସନ୍ତି। ତେଣୁ ଅଭିଜିତ, ସରକାର, ସରକାରୀ ବାବୁ ,ନେତା ମନ୍ତ୍ରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କର କିଡନୀ ପ୍ରତିରୋପଣ ନିମନ୍ତେ ,ଅର୍ଥ ସହଯୋଗ କରିବା ପାଇଁ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ କୁ ଅପେକ୍ଷା କରିଛନ୍ତି।
ସେଥିପାଇଁ ଆପଣ ମାନଙ୍କ ଛୋଟିଆ ସହଯୋଗ ଟି ଅଭିଜିତ ଙ୍କ ଜୀବନ ବଞ୍ଚାଇ ପାରିବ ,ତେଣୁ ଆପଣ ମାନେ ଯଦି ଅଭିଜିତ ଙ୍କୁ ସହଯୋଗ କରିବାକୁ ଚାହାନ୍ତି ତା ହେଲେ ତାଙ୍କ ନମ୍ବର କିମ୍ବା ଏହି ଫୋନ୍ ପେ ଠିକଣା ରେ (୭୩୨୬୮୫୮୮୩୮/7326858838 ) ଆର୍ଥିକ ସାହାଯ୍ୟ ର ହାତବଢାଇ ପାରିବେ |








