ହେଡଲାଇନସ୍:

ବରଗଡରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଓଡିଶାର ହସ୍ତତନ୍ତର ପ୍ରାଣକେନ୍ଦ୍ର ବରଗଡ ଜିଲ୍ଲା : ଡବ୍ଲ୍ୟୁଓଡିସି ଅଧ୍ଯକ୍ଷ

  • • ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ WODC ଦେବ ଅତିରିକ୍ତ ୧ କୋଟି ଅନୁଦାନ

ଭୁବନେଶ୍ଵର, ୪ ସେପ୍ଟେମ୍ବର ୨୦୨୪: ଓଡିଶାର ହସ୍ତତନ୍ତକୁ ଜାତୀୟସ୍ତରରେ ପହ‌ଞ୍ଚାଇବାକୁ ପ୍ରୟାସ କରିଛି ବରଗଡ ହସ୍ତତନ୍ତ ସମ୍ମିଳନୀ ୨୦୨୪ । ବୁଣାକାର ମାନେ ଆଜିର ପରିବର୍ତ୍ତନଶୀଳ ସମାଜକୁ ଦୃଷ୍ଟିରେ ରଖ୍ ପାରମ୍ପରିକ ହସ୍ତତନ୍ତରେ ପରିବର୍ତ୍ତନ ଆଣିଛନ୍ତି । ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡିଶାର ହସ୍ତତନ୍ତର ପ୍ରାଣକେନ୍ଦ୍ର ବରଗଡ ଜିଲ୍ଲାରେ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି । ବୁଣାକାର, ବିକ୍ରେତା, କ୍ରେତା ଓ ମାଷ୍ଟର ମାନଙ୍କୁ ଏକାଠି କରିବାରେ ହସ୍ତତନ୍ତ ସମ୍ମିଳନୀ ସହାୟକ ହେବ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟସ୍ତରୀୟ ବରଗଡ ହସ୍ତତନ୍ତ ସମ୍ମିଳନୀର ଆୟୋଜନ କରାଯାଇଛି । ପଶ୍ଚିମ ଓଡିଶାର ବୋମକାଇ, ପଶାପାଲି, ହବସପୁରୀ, ସୋନପୁରୀ, ସମ୍ବଲପୁରୀ ବାନ୍ଧ, ଇକତ୍ ଆଦି ହସ୍ତତନ୍ତକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ବୁଣାକାର ମାନଙ୍କୁ ଭିଭିଭୂମୀ ଯୋଗାଇଦେବା, ନୂତନ ଅଭିନବ ଡିଜାଇନକୁ ଜାତୀୟସ୍ତରରେ ଲୋକପ୍ରିୟ କରାଇବା, ବଜାର ସୃଷ୍ଟି କରିବା ହେଉଛି ହସ୍ତତନ୍ତ
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ "ସଂସ୍କୃତି ଓ ପରମ୍ପରାର ବାନ୍ଧକଳା" ଥୁମ୍ ରେ ସମ୍ମିଳନୀ ଆୟୋଜନ କରାଯାଇଛି ।
ବରଗଡ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସମ୍ମିଳନୀ ଆୟୋଜନ କରାଯାଇଛି । ସମ୍ମିଳନୀରେ ବଲିଉଡ ଆଇକନ୍ ଦିୟା ମିର୍ଜା ଯୋଗ ଦେବାକୁ ଥିବା ବେଳେ ବିଭିନ୍ନ ସୁପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କୁ ନେଇ ସନ୍ଧ୍ୟାରେ ଫ୍ୟାସନ ଶୋ' ଆୟୋଜନ କରା‌ଯିବ । ଆଜିର ଉଦଘାଟନୀ ସଭାରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଉପସ୍ଥିତ ଥିବା ବେଳେ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ଉପସ୍ଥିତ ଥିଲେ । ଏହାସହ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ବରଗଡ ଶ୍ରୀ ଦେବେଶ ଆଚାର୍ଯ୍ୟ, ମାନ୍ୟବର ବିଧାୟିକା ଅତାବିରା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଉତ୍ତରାଞ୍ଚଳ ରାଜସ୍ମ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ଅକାରୀ ଉପସ୍ଥିତ ଥିଲେ ।

ବରଗଡ ଜିଲ୍ଲା ଗସ୍ତ କରି ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଅନେକ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀର ବିକାଶ କରାଯାଉଛି । ସ୍ମାର୍ଟ କ୍ଲାସରୁମ୍, ବହୁମୁଖୀ ହଲ୍, ଅଡିଟୋରିୟମ୍, ଲ୍ୟାବ୍‌ ର ସୁବିଧା ରାଜ୍ୟ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଛି । ଆଧୁନିକ ଜ୍ଞାନକୌଶଳ ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବାର ଆବଶ୍ୟକ‌ତା ରହିଛି । ଏଥିପାଇଁ ପାରମ୍ପରିକ ଶିକ୍ଷା ପଦ୍ଧତି ବଦଳରେ ବୈଷୟିକ ଶିକ୍ଷାକୁ ଗୁରୁତ୍ଵ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ୧୯୭୮ ମସିହାରେ ନିର୍ମିତ ହୋଇଥିବା ଏହି ମହାବିଦ୍ୟାଳୟର ଭିତ୍ତଭୂମୀ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରଥମେ ୧ କୋଟି ୭୦ ଲକ୍ଷ ଅନୁଦାନ ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଉନ୍ନତିକରଣ ପାଇଁ ଅତିରିକ୍ତ ୧ କୋଟିର ଅନୁଦାନ ଯୋଗାଇ ଦିଆଯିବା ନେଇ ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।
ଉତ୍ସବରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, କଲେଜ ଅଧ୍ଯକ୍ଷ ଡ଼ ଦବାମନ ଦାଶ, କଲେଜ ପରିଚାଳନା କମିଟି ଅଧ୍ଯକ୍ଷ ଡ଼ ବେଣୁଧର ସାହୁ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ବକାରୀ ଡ. ଅଜିତ କୁମାର ମିଶ୍ର, ଛାତ୍ରୀ ଗଣ ଏବଂ ଅନ୍ୟ ପ୍ରମୂଖ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault