ହେଡଲାଇନସ୍:

ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ସମ୍ବନ୍ଧୀତ କୃଷକ ସଚେତନତା କାର୍ଯକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର,ତା-୦୪.୦୧.୨୦୨୪/ସୁମନ୍ତ କୁମାର ଦାସ: ସଂପ୍ରତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଗ୍ରାମୀଣ କୃଷି ମୌସମ ସେବା ଓ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଅଚ୍ୟୁତଦାସପୁର ଗ୍ରାମରେ ପାଣିପାଗ ଭିତ୍ତିକ କୃଷି ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ ଡ଼ଃ ଜୀବନଜିତ୍ ସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡଃ ସଞ୍ଜୀବ ଦ୍ବିବେଦୀ ଯୋଗଦେଇ ଭାରତୀୟ ପାଣିପାଗ ବିଭାଗ ଦ୍ଵାରା ଦିଆଯାଇଥିବା ପାଣିପାଗ ତଥା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟାର ଆଗୁଆ ସୂଚନା କିପରି ପାଇ ପାରିବେ ଏବଂ ତା ଅନୁସାରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଆଲୋକପାତ କରିଥିଲେ। ଓୟୁଏଟି କୃଷି ପାଣିପାଗ ପ୍ରକଳ୍ପର ମୂଖ୍ୟ ଡ଼ଃ ତୁଷାର ରଞ୍ଜନ ମହାନ୍ତି ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ତଥା ଆଗୁଆ ପାଣିପାଗ ସୂଚନା ଅନୁଯାୟୀ ଦିଆଯାଇଥିବା କୃଷି ପରାମର୍ଶକୁ ଗ୍ରହଣ କରି ଚାଷକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ବୈଜ୍ଞାନିକ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା ଜଳବାୟୁ ପରିବର୍ତ୍ତନରେ ଫସଲର ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଡ଼ଃ ପ୍ରଦୀପ୍ତ ମାଝୀ ଏହି ପରିପ୍ରେକ୍ଷୀରେ ମୃତ୍ତିକା ପରିଚାଳନା, ପ୍ରାକୃତିକ କୃଷି ବିଷୟରେ ଆଲୋଚନା କରିଥିଲେ। ଜିକେଏମ୍ଏସ୍ ର ବିଶେଷଜ୍ଞ ଯଥା ଶ୍ରୀ ଚିନ୍ମୟ କୁମାର ସାହୁ କନିଷ୍ଠ ପାଣିପାଗ ବିଶେଷଜ୍ଞ, ଶ୍ରୀ ଗୋରୀଶଙ୍କର ପାଣିଗ୍ରାହୀ କୃଷି ପାଣିପାଗ ନିରୀକ୍ଷକ, କୁମାରୀ ତିଳୋତ୍ତମା ନାଗ ସହଯୋଗୀ ନିକ୍ରା ପ୍ରକଳ୍ପ ଏବଂ ଶ୍ରୀ ରଶ୍ମୀ ରଞ୍ଜନ ବେହେରା କୃଷି ପାଣିପାଗ ନିରୀକ୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଡ଼ଃ ଦ୍ବାରିକା ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault