ଜଗତସିଂହପୁର, ତା-୦୪.୦୧.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ର 2024 ଓ 2025 ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଛି | ମା ଉଗ୍ରତରା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ସଭା କାର୍ଯ୍ୟକ୍ରମ ଓ ନୂତନ କାର୍ଯ୍ୟକର୍ତା ଚୟନ କରାଯାଇଛି |ସେବା ଫାଉଣ୍ଡେସନ ପ୍ରତିଷ୍ଠାତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ପରିଡାଙ୍କ ତତ୍ଵାବଧନ ରେ ସେବା ଫାଉଣ୍ଡେସନ ଅଧ୍ୟକ୍ଷ ଭାବେ ବିଶ୍ୱ ରଞ୍ଜନ ବେହେରା , ଉପଦେଷ୍ଟା ଭାବେ ବଟକୃଷ୍ଣ ସାହୁ ,ସଭାପତି ଭାବେ ରଶ୍ମି ରଞ୍ଜନ ପାତ୍ର , ଉପସଭାପତି ଭାବେ ସତ୍ୟରଞ୍ଜନ ଦେହୁରୀ , ସମ୍ପାଦକ ସମ୍ବିତ କୁମାର ପାଇଟାଳ , ସହ ସମ୍ପାଦକ ପଦ୍ମପ୍ରସାଦ ବେହେରା , କାର୍ଯ୍ୟକାରି ସମ୍ପାଦକ ସୁମନ ବିଶ୍ୱାଳ , କୋଷାଧକ୍ଷ ଇଶ୍ୱର ବେହେରା , ସହ କୋଷାଧକ୍ଷ ଓଁମ ରଞ୍ଜନ ଯତି , ମିଡ଼ିଆ ସଂଯୋଜକ ସାଇ ସୋମନାଥ ବେହେରା , ସହ ମିଡ଼ିଆ ସଂଯୋଜକ ହିମାଂଶୁ ସେନାପତି , ମହିଳା ସଂଗଠନ ସଭାପତି ରୂପେ ପ୍ରଜ୍ଞାପରିମିତା ବେହେରା , ମହିଳା ସଂଗଠନ ସମ୍ପାଦକ ଭାବେ କବିତା ଯତି , ସରିତା ବେହେରା , ପରିଚାଳନା ମୁଖ୍ୟ ସେହ୍ନାଶିଷ ସାହୁ ଙ୍କୁ ଚୟନ କରାଯାଇଛି | ସମସ୍ତ ନୂତନ ସଦସ୍ୟ ଓ ସଦସ୍ୟା ଙ୍କୁ ପୁଷ୍ପଗୁଚ୍ଛ ଓ ଫୁଲ ମାଳ ଦେଇ ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ସ୍ୱାଗତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଆଗାମୀ ଦିନରେ ସେବା ଫାଉଣ୍ଡେସନ ଅସହାୟ ନିରାଶ୍ରୟା ଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଥିଲେ l
ରାଜ୍ୟ
ସେବା ଫାଉଣ୍ଡେସନ ର ନୂତନ କାର୍ଯ୍ୟକର୍ତା ଚୟନ
- Hits: 273








