ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ମିଳିତ ସହଯୋଗରେ
ସ୍ଥାନୀୟ ଭଞ୍ଜ ଭବନ ପ୍ରଦର୍ଶନୀ ପଡିଆ ଠାରେ ଆଞ୍ଚଳିକ କଳିଙ୍ଗ ହର୍ବଲ ମେଳା ଆଜି ଉଦଘାଟିତ ହୋଇଛି l ଏହା 8 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଅନୁଷ୍ଠିତ ହେବ।
ରାଜ୍ୟ ଶ୍ରମ ଓ ଇ.ଏସ.ଆଇ ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଘୁନାଥ ପଲ୍ଲୀ ବିଧାୟକ ସୁବ୍ରତ ତରାଇ, ରାଜ୍ଯ ଔଷଧୀୟ ବୃକ୍ଷ ପରିଷଦର ସି.ଇ.ଓ ସୁଦିପ ନାୟକ , ରାଉରକେଲା ଆର.ସି.ସି.ଏଫ ଡ଼. ଅରୁଣ କୁମାର ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ l ରାଉରକେଲା ଡି.ଏଫ.ଓ ଯଶବନ୍ତ ସେଠି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l
ମୁଖ୍ୟ ଅତିଥି ଶ୍ରୀ ସାରଦା ପ୍ରସାଦ ନାୟକ ତାଙ୍କ ବକ୍ତବ୍ୟ ରେ କହିଲେ ଯେ,ଜିଲ୍ଲା ର ମୂଳ ଆଦିବାସୀ ମାନେ ଗଛକୁ ପୂଜା କରନ୍ତି l ସହରାଞ୍ଚଳ ରେ ବୃକ୍ଷ ରୋପଣ ପାଇଁ ସରକାର ପୁଞ୍ଜି ବ୍ୟବସ୍ଥା କରିଛନ୍ତି l ଭାରତୀୟ ଗଣତନ୍ତ୍ର ରେ ମହିଳା ମାନଙ୍କ ସହଭାଗିତା ଓ ସଶକ୍ତିକରଣ ଉପରେ ଓଡିଶା ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ l
ଏହି ଅବସରରେ ବିଭିନ୍ନ ଏସ.ଏଚ.ଜି ଓ ଅନ୍ୟ ମାନଙ୍କୁ ଅତିଥି ମାନେ ସହାୟତା ରାଶି ପ୍ରଦାନ କରିବା ସହ ପୁରସ୍କୃତ ଓ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ l
ଅତିଥି ମନେ ନିଜ ନିଜ ବକ୍ତବ୍ୟ ରେ କହିଲେ ଯେ ରାଜ୍ୟର କୋଣ ଅନୁକୋଣରେ ଥିବା ବୈଦ୍ୟମାନଙ୍କୁ ଉତ୍ସାହିତ କରିବା ସହ ପାରମ୍ପାରିକ ଚିକିତ୍ସା ଏବଂ ଔଷଧୀୟ ବୃକ୍ଷ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ମେଳା ବେଶ ଉପାଦେୟ l ଜନସାଧାରଣ ଆୟୁର୍ବେଦ ଔଷଧ ଓ ଏହାର ଚିକିତ୍ସା ର ସୁଯୋଗ ନେବାକୁ ସେମାନେ ଆହ୍ୱାନ କରିଥିଲେ l
ଏହି ମେଳା ପ୍ରତିଦିନ ସକାଳ ୬ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିବ। । ଏଥି ସହିତ ମେଳାରେ ୩୦ଟି ସ୍ବୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଔଷଧୀୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥା ସାମିଲ ହୋଇଛନ୍ତି । ମେଳା ରେ ସାମଗ୍ରୀ ବିକ୍ରି ସାଙ୍ଗକୁ ହର୍ବାଲ ମେଳା ପ୍ରଦର୍ଶିତ ହେଉଛି । ଏହି ମେଳାରେ ବୈଦ୍ଯମାନେ ମାଗଣାରେ ପରାମର୍ଶ ଦେବେ l ସକାଳେ ଯୋଗ ଶିକ୍ଷା ପ୍ରଦାନ କରାଯିବ । ଏହା ବ୍ଯତୀତ କ୍ରେତା ବିକ୍ରେତା ମିଟ, ବୈଦ୍ଯ ସମ୍ମିଳନୀ ଓ କର୍ମଶାଳା, ଔଷଧୀୟ ବୃକ୍ଷ ପ୍ରଦର୍ଶନୀ ଓ ସଂଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଉଦ୍ଘାଟନୀ ଉତ୍ସବ ପରେ ସେଲିବ୍ରେଟି ସଂଜୀବ ମିଶ୍ର ଓ କୁକିଜ୍ ସ୍ବାଇଁ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଜନ ସାଧାରଣ ଏହି ହର୍ବlଲ ମେଳା ର ସୁଯୋଗ ନେବାକୁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି l
କାର୍ଯ୍ୟକ୍ରମ ପରିଚାଳନା ରେ ଏସିଏଫ ସୌମ୍ୟ ରଞ୍ଜନ ଗୋଛାୟତ, ଏସିଏଫ ସାଲବିନ୍ଦର ସିଂହ, ରେଞ୍ଜ ଅଫିସର ବୃନ୍ଦ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l
ରାଜ୍ୟ
ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ l
- Hits: 274








