ହେଡଲାଇନସ୍:

-ଅଗ୍ରଣୀ ସେଚ୍ଛ୍ଵାସେବୀ ସଂଗଠନ ପରିବାର ଆନୁକୁଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ଅଗ୍ରଣୀ ସେଚ୍ଛ୍ଵାସେବୀ ସଂଗଠନ ପରିବାର ଅନୁକୁଲ୍ୟରେ ନିଶ୍ଚିନ୍ତକୋଇଲି ହାଟ ପରିସରରେ ଓଡ଼ଶା ଆଞ୍ଚଳିକ ପରିବହନ ବିଭାଗ ସହଯୋଗ କ୍ରମେ ଏକ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଯୁଗଳ କିଶୋର ଦାସ ଉଦ୍ଘାଟନ କରିଥିଲେ। ଏଥିରେ ପରିବାର ସଭାପତି ବଲ୍ଲଭଚରଣ ପଲେଇ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ସଂକ୍ଷିପ୍ତ ଟିପ୍ପଣୀ ରଖିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପରିବହନ ବିଭାଗ କର୍ମଚାରି ତଥା ନାଟ୍ୟଜଗତର ବିଶିଷ୍ଟ ନାଟ୍ୟକାର ଅଭୟକୁମାର ଦାସ ଯୋଗଦେଇ ଯାନ ବାହାନ ଚଳାଚଳ ସରକାରଙ୍କ ନିର୍ଦେଶନାମା ଓ ଦୁର୍ଘଟଣାରୁ କିପରି ନିବୃତ ରହିହେବ ସେ ସଂପର୍କରେ ବିଷଦ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ମିଶ୍ର, ଶିକ୍ଷାବିତ୍ ଫକୀର ଚରଣ ନାୟକ, ବଜାର ବ୍ୟବସାୟ ସଂଘ ସଭାପତି ପ୍ରମୋଦ କୁମାର ପଣ୍ଡା, ସଂପାଦକ ଜିବନାନନ୍ଦ ଦାଶ, କମଳା ଫାଉଣ୍ଡେସନର ସଭ୍ୟ ବିସ୍ଵନ୍ଦୁ ମହାରଣା ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ଗୀତ ଓ ନାଟ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିବାର ଅନୁଷ୍ଟାନର ସମ୍ପାଦକ ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ ଓ ପରିଶେସରେ ପ୍ରତାପ ଚନ୍ଦ୍ର ରାଉତ ଧନ୍ୟବାଦ୍ ଅର୍ପଣ କରିଥୀଲେ।

0
0
0
s2sdefault