ସମ୍ବର୍ଦ୍ଧିତ ହେଲେ ବୋଡ଼ାସମ୍ବର ସ୍ପୋଟିଂ ଓ ଅନ୍ୟ ଦୁଇ ପ୍ରତିଭା
ପଦ୍ମପୁର:- ଅଭିଭାବକ, ଜନ ସାଧାରଣ, ପୁରାତନ ଛାତ୍ର ଛାତ୍ରୀଙ୍କ ସମେତ ହଜାର ସଂଖ୍ୟାରେ ଜନସାଧାରଣଙ୍କ ଗହଣରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତା ଠାରେ ନୂଆ ଓଡ଼ିଶା ଯୁବ ଓଡ଼ିଶାର ଉଦଯାପନୀ ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାକୁ ବାହାର କରିବା ପାଇଁ ସୁଯୋଗ ହିଁ ପ୍ରକୃତ ମାଧ୍ୟମ ଅଟେ । ତେଣୁ ଛାତ୍ର ଛାତ୍ରୀଙ୍କୁ ବହୁମୂଖୀ କରିବା ପାଇଁ ସରକାରଙ୍କ ନୂଆଁ- ଓ ପ୍ରକୃତ ଯୋଜନା ବୋଲି ଏହି ଉତ୍ସବରେ ମତ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ନୋଡାଲ ଅଫିସର ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ନୂଆଁ ଓ କାର୍ଯ୍ୟକ୍ରମର ସାମାଜିକ ସଚେତନତା ବିଭାଗ ସଂଯୋଜକ ଅଧ୍ୟାପକ ଲମ୍ବୋଦର ତାଣ୍ଡି , ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଶତ୍ରୁଘ୍ନ ପଧାନ, ଅଧ୍ୟାପିକା ଶୋଭମୟୀ ପଧାନ ଏବଂ କ୍ରୀଡା ସଂଯୋଜକ ରାଜେଶ ଥନାପତିଙ୍କ ପରିଚାଳନାରେ ଦୀର୍ଘ ଏକ ମାସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ପରେ ବୁଧବାର ଦିନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ଏହି ଉତ୍ସବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବା ପାଇଁ ବକ୍ତବ୍ୟ ମାଧ୍ୟମରେ ଆହ୍ବାନ ଜଣାଇଥିଲେ । ମୁଖ୍ୟ ବକ୍ତା ପଦ୍ମଶ୍ରୀ ହଳଧର ନାଗ କବିତା ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପ୍ରତିଷ୍ଠାତା ସଦସ୍ୟ ବୁଦ୍ଧଦେବ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର, ସ୍ଥାନୀୟ ସରପଞ୍ଚ ଦମୟନ୍ତୀ ପାଣ୍ଡେ, ବୁଡେନ ଥାନା ଅଧିକାରୀ କୈଳାସଚନ୍ଦ୍ର ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉସାହିତ କରିଥିଲେ । ଏହି ଅବସରରେ ପଦ୍ମପୁରର ବୋଡା ସମ୍ବର ସ୍ପୋଟିଂ, ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ସୁରେନ୍ଦ୍ର ସାହୁ ଓ ଆଶା ସତ୍କାର ଅନୁଷ୍ଠାନର ନିରୋଜ ଦୋରାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନାରାୟଣ ହୋତା ଅତିଥିଙ୍କୁ ସ୍ଵାଗତ କରିଥିବା ବେଳେ ଛାତ୍ର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।ଅଧ୍ୟାପକ ଲମ୍ବୋଦର ତାଣ୍ଡି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନିତ କବି ହରିଲାଲ ସାହୁ, ରାମପ୍ରସାଦ ବାଗ ଓ ଅଧିକାରୀ ସା ଯୋଗଦେଇ କବିତା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତିନୋଟି ନାଟକ, ଗୀତ, ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅଧ୍ୟାପକ ପ୍ରିୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।








