(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମର ପ୍ରଭାକର ଗାହାଣ ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି l ଘରେ ଥିବା ୧୮ଟି ଛେଳି ମଧ୍ୟରୁ ୧୩ଟି ଛେଳି ଓ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି । ସୂଚନାଥାଉକି କିଛି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରଭାକର ବାହାରକୁ ଯାଇଥିଲା ବେଳେ ହଠାତ ଆସି ଦେଖନ୍ତି ଗୃହ ସମେତ ଗୃହ ମଧ୍ୟରେ ଥିବା ଛେଳି, ଗାଈ, ଛଡା ବାଛୁରୀ ହୁତୁ ହୁତୁ ହୋଇ ଜଳୁଛନ୍ତି l ଗୃହକର୍ତ୍ତା ପ୍ରଭାକର ଗାହାଣ ଓ ମିନତୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ l ପ୍ରଭାକର ଏବଂ ମିନତୀ ଅତ୍ୟନ୍ତ ଗରିବ ଶ୍ରେଣୀର ଦିନ ମଜୁରିଆ ହୋଇଥିବାରୁ ଏହିଭଳି ଦୁଖଃଦ ଘଟଣା ପରେ ମାନସିକ, ଆର୍ଥିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ପ୍ରଭାକର ଙ୍କ ପରିବାର ଛେଳି ଏବଂ ଗୋସମ୍ପଦ ପାଳନ ପୋଷଣ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି, ହେଲେ ଏଭଳି ଦୁଖଃଦ ଘଟଣା ଘଟିବା ପରେ ପରିବାର ଲୋକେ ଛିଣ୍ଡା ପାଲ ତଳେ ଜୀବନ ଯାପନ କରୁଛନ୍ତି l ଏପରିକି ପ୍ରାଣୀ ସମ୍ପଦ ଅଗ୍ନିର ପ୍ରଚଣ୍ଡ ତାପରେ ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି l ଏହି ଘଟଣା ପରେ ବ୍ଲକ ଏବଂ ତହସିଲ ପ୍ରଶାସନ ପହଂଚିଥିଲେ ମଧ୍ୟ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନଥିବାର ଅଭିଯୋଗ ହୋଇଛି l ଅପରପକ୍ଷରେ ପ୍ରଭାକର ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ମହଲରେ ଦୃଢ ଦାବି ହୋଇଛି l
ରାଜ୍ୟ
ବଡ଼କ୍ଷୀର ଗୋପପୁରରେ ଭୟାବହ ଅଗ୍ନିକାଣ୍ଡ: ଘର ସହ ୧୩ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ l
- Hits: 242








