ହେଡଲାଇନସ୍:

ଦୀର୍ଘସ୍ଥାୟୀ କୃଷି ଓ ଆୟ ବୃଦ୍ଧି ପାଇଁ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ “ଉନ୍ନତ’”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର; ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚାଷଯୋଗ୍ୟ ଜମିରେ ଶୂନ୍ୟ-ଭିଭିକ ବଳେଟି ଜରିଆରେ ଆୟସ୍ତର ବୃଦ୍ଧି ଘଟାଇ ଜୀବନକୁ ସମୃଦ୍ଧ କରିଛି । ଉତ୍କଳସ୍ ଆକ୍ସିନ ଫର ଏଗ୍ରିକଲ୍‌ଚରାଲ ଟ୍ରାନ୍ସଫର୍ମେସନ (ଉନ୍ନତ) ପ୍ରୋଜେକ୍ଟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍‌ର ରେଙ୍ଗାଣସାହିଲ ଗ୍ରାମରେ କାର୍ଯ୍ୟକାରୀ କରାଯାଇଛି। ଏହା ଦୀର୍ଘସ୍ଥାୟୀ କୃଷିକାର୍ଯ୍ୟକୁ ସୁନିଶ୍ଚିତ କରିବା ଏବଂ ରାସାୟନିକ କୀଟନାଶକ ଦ୍ୱାରା ହେଉଥିବା ପାରିବେଶିକ କ୍ଷତିକୁ ରୋକିବା ସକାଶେ ଜୈବିକ କୀଟନାଶକ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।

ଶ୍ରୀ ମଜହର ଦେଗ୍, ୟୁନିଟ ହେଡ୍, ୟୁଏଆଇଏଲ କହିଛନ୍ତି, “ଉତ୍କଳ ଆଲୁମିନା ପକ୍ଷରୁ ଭାରତ ରୁରାଲ ଲାଇଭଲିହୁତ୍ ଫାଉଣ୍ଡେସନ୍‌ (ବିଆରଏଲ୍‌ଏଫ) ଏବଂ ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ (ସିୱାଇଏସ୍‌ଡି) ସହଭାଗୀତାରେ ପ୍ରୋଜେକ୍ଟ ଉନ୍ନତ ଏକ ଛାମୁଆ ଜୀବିକା ଉପାର୍ଜନ ପ୍ରୟାସ ହୋଇଛି। ଆମର ବହୁମୁଖୀ ସିଏର ପ୍ରୟାସସମୂହ ମଧ୍ୟରୁ ଏହି ପ୍ରୋଜେକ୍ଟ ଏକ ଅଂଶ ହୋଇଛି । କୃଷି ଭିଭିକ ଜୀବିକା ଉପାର୍ଜନ ପ୍ରୟାସ ଜରିଆରେ କୃଷକମାନଙ୍କ ଜୀବନକୁ ସମୃଦ୍ଧ କରିବା ଆମର ଲକ୍ଷ୍ୟ । ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଏବଂ କାଶୀପୁର ବ୍ଲକ୍‌ର ୧୫୦୦୦ କ୍ଷୁଦ୍ର ଓ ନାମମାତ୍ର ପରିବାରର ଆୟ ଦ୍ଵିଗୁଣିତ କରିବାକୁ ଆମେ ଲକ୍ଷ୍ୟ ରଖୁଛୁ। ଏଥିପାଇଁ ଆମେ ୪ ବର୍ଷର ସମୟ ଧାର୍ଯ୍ୟ କରିଛୁ।"

ଏହି ପ୍ରୋଜେକ୍ଟ ଅଧୀନରେ ମହିଳା ଚାଷୀଙ୍କୁ ଜିଆଖତ (ଜୈବିକ ଖତ), ଜୀବମୃତ (ପ୍ରାକୃତିକ କୀଟନାଶକ) ଏବଂ ନିମାସ୍ତ୍ର (ପ୍ରାକୃତିକ କୀଟନାଶକ)କୁ ସେମାନଙ୍କର ମୂଳ ପଦାର୍ଥ ଭାବରେ ନେଇ ପ୍ରାକୃତିକ କୀଟନାଶକ ପ୍ରସ୍ତୁତ କରିବାକୁ ତାଲିମ ଦିଆଯାଇଛି। ଗୋବର, ଗୋମୂତ୍ର, ନିମ ପତ୍ର, ଗୁଡ ଆଦି ପ୍ରାକୃତିକ ଶସ୍ୟ ସୁରକ୍ଷା ପ୍ରଦାନକାରୀ କୀଟନାଶକ ପ୍ରସ୍ତୁତିର ଅବିଚ୍ଛେଦ୍ୟ ଉପାଦାନ ଭାବରେ ବିବେଚିତ ହେଉଥିବାବେଳେ ସେଗୁଡିକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି।

ଆଜିସୁଦ୍ଧା ୫ଟି ଗ୍ରାମରୁ ୧୮୫ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ପ୍ରାକୃତିକ କୀଟନାଶକର ବହୁଳ ବ୍ୟବହାର ନିମନ୍ତେ ପ୍ରେରିତ କରାଯାଉଛି ଏବଂ ତାହାକୁ କ୍ଷେତରେ ପ୍ରଦର୍ଶନ କରାଯାଉଛି । ଏହି ମହିଳା ଚାଷୀମାନେ ସେମାନଙ୍କ ଜ୍ଞାନକୁ ନେଇ କାର୍ଯ୍ୟରେ ବିନିଯୋଗ କରିବା ସହିତ ଅନ୍ୟ କୃଷକମାନଙ୍କୁ ତାଲିମ ଦେଉଛନ୍ତି।

ଆଜି ପର୍ଯ୍ୟନ୍ତ ଓଡ଼ିଶାର ୭୩ଟି ଗ୍ରାମରେ ୧୫୬୦ ପରିବାର ପ୍ରାୟ ୧୧୯୨.୫ ଏକର ପରିମିତ ଜମିରେ ଜୈବିକ କୃଷି କରୁଛନ୍ତି। ପୁନଶ୍ଚ ୨୮୨ଟି ଜିଆଖତ ଶଯ୍ୟା ସ୍ଥାପନ କରାଯାଇଛି। ଏହି ପ୍ରୋଜେକ୍ଟ ଶୀଘ୍ର ଅନ୍ୟ ସମସ୍ତ ଗ୍ରାମକୁ ମଧ୍ୟ ସମ୍ପ୍ରସାରିତ କରାଯିବ।

“ଉତ୍କଳ ଆଲୁମିନା ପାଇଁ ଏହି ପ୍ରୋଜେକ୍ଟ ପରିବେଶ ସଂରକ୍ଷଣ, ଉତ୍ତମ ସ୍ୱାସ୍ଥ୍ୟ ଏବଂ କୃଷକ ସମୁଦାୟଙ୍କ ଆୟ ସ୍ତର ବୃଦ୍ଧି ଦିଗରେ ଏକ ମାର୍ଗ ହୋଇଛି, " ବୋଲି ଶ୍ରୀ ବେଗ୍ ଉଲ୍ଲେଖ କରିଛନ୍ତି।

ଏଥିରେ ଅନ୍ୟାନ୍ୟ ଅନେକ ଫାଇଦା ମଧ୍ୟ ରହିଛି, କାରଣ ଏଭଳି କୃଷି କାର୍ଯ୍ୟରେ ଖର୍ଚ୍ଚ ପ୍ରାୟ ୩୦ ପ୍ରତିଶତ କମ୍ ହେଉଛି। ଏଥିସହିତ କୃଷି ଉତ୍ପାଦର ସ୍ୱ ଅବଧୂ ଗୋଟିଏ ଦିନ ବୃଦ୍ଧି ପାଉଛି। ତାହାର ପରିଣତିରେ କୃଷକଙ୍କ ଦ୍ଵାରା ସମସ୍ତ ଉତ୍ପାଦନକୁ ବହନ କରାଯାଇପାରିବ।

ଉନ୍ନତ ମଧ୍ୟ ବ୍ଳକ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଛି। ୟୁଏଆଇଏଲ୍‌ର ପ୍ରୟାସକୁ ପ୍ରଶଂସା କରି ଶ୍ରୀ କିଶୋର କରକରିଆ, ବିପିଏମ୍ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର), ଓଏଲଏମ୍ (ଓଡ଼ିଶା ଜୀବିକା ମିଶନ), କାଶୀପୁର ବ୍ଲକ୍ ରାୟଗଡା ମନ୍ତବ୍ୟ ଦେଇଛନ୍ତି ଯେ, “ କାଶୀପୁରର ଗ୍ରାମୀଣ ମହିଳାମାନେ ସମ୍ପ୍ରତି ପ୍ରୋଜେକ୍ଟ ୟୁଏଏନ୍ଏଟି ଜରିଆରେ ପ୍ରାକୃତିକ କୀଟ ପରିଚାଳନା ଅଭ୍ୟାସ ଅଧୀନରେ ଜ୍ଞାନ ଆହରଣ କରି ସୁସଂଗଠିତ ହୋଇପାରିଛନ୍ତି। ମୋର ବିଶ୍ଵାସ ଯେ

ଉତ୍କଳ ସିଏସଆର ଟିମ୍‌ର ଏହି ପ୍ରୟାସ ଏକ ଉଲ୍ଲେଖନୀୟ ପରିବର୍ତନ ଆଣିବ, ତାହାସହିତ ପରିବେଶ ସଂରକ୍ଷଣ ପ୍ରତି ମନୋଭାବ ମଧ୍ୟ ବଦଳାଇବ। ସେମାନଙ୍କର ଏହି କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ ଲକ୍ଷ୍ୟ ଅନୁରୂପ ହୋଇଛି।” ଶ୍ରୀ ବିଶ୍ଵଜିତ ପଟନାୟକ, ସହକାରୀ ଉଦ୍ୟାନକୃଷି ଅଧିକାରୀ, କାଶୀପୁର ମଧ୍ୟ ପ୍ରୋଜେକ୍ଟ ଉନ୍ନତର ଜଣେ ଚମ୍ପିଆନ୍ ଅଟନ୍ତି । ତାଙ୍କ ମତରେ ଏହା ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟ ନିମନ୍ତେ ମୂଳଦୁଆ ପକାଉଛି।

ଉତ୍କଳ ଆଲୁମିନା ସିଏସ୍‌ଆର ନିୟୋଜନତା ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟର ମାର୍ଗଦର୍ଶନରେ ପରିଚାଳିତ ହେଉଛି। ଉତ୍କଳ ଆଲୁମିନା ଓଡ଼ିଶାର ୨୩୨ଟି ଗ୍ରାମର ୨,୧୦,୧୦୦ ଲୋକଙ୍କ ନିକଟରେ ପହଞ୍ଚୁଛି ।

0
0
0
s2sdefault