ହେଡଲାଇନସ୍:

ଦଶପଲ୍ଲା ଟ୍ରେନ ପାଇଁ ସମୟ ସାରଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା ୬ ତାରିଖରେ ଦଶପଲ୍ଲା ରେଳ ଷ୍ଟେସନର ଶୁଭ ଉଦଘାଟନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ଵାରା ସମ୍ପାଦିତ ହେବ । ଉଦଘାଟନ ପରେ ଦଶପଲ୍ଲାରୁ ପୁରୀ ଏବଂ ଭୁବନେଶ୍ୱର ମଧ୍ୟରେ ନିୟମିତ ଟ୍ରେନ ଚଳାଚଳ କରିବ। ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନଂ ୦୮୪୩୦ ଦଶପଲ୍ଲା ରୁ ସକାଳ ୬:୩୦ରୁ ବାହାରିବ। ନୂଆଗାଁରେ ୬:୪୪ରେ ପହଞ୍ଚି ୬:୪୫ରେ ଛାଡିବ । ଏହା ପର ଷ୍ଟେସନ ଗୁଡିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚିବ ଏବଂ ଛାଡ଼ିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ନଂ ୦୮୪୨୯ ପୁରୀରୁ ସନ୍ଧ୍ୟା ୬:୦୦ରେ ବାହାରି ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଦଶପଲ୍ଲାରେ ରାତ୍ରି ୧୦:୧୫ରେ ପହଞ୍ଚିବ। ଦଶପଲ୍ଲାରୁ ଭୁବନେଶ୍ୱର ଯିବାକୁ ଥିବା ଟ୍ରେନ ନଂ ୧୮୪୨୪ ଦଶପଲ୍ଲାରୁ ସକାଳ ୬:୧୫ରେ ଛାଡ଼ିବ। ଏହା ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଭୁବନେଶ୍ୱରରେ ସକାଳ ୯:୦୦ରେ ପହଞ୍ଚିବ। ସେହିପରି ଏହି ଟ୍ରେନ ନଂ ୧୮୪୨୫ ଭୁବନେଶ୍ୱରରୁ ସନ୍ଧ୍ୟା ୬:୪୦ରେ ବାହାରି ଦଶପଲ୍ଲାରେ ରାତ୍ର ୯:୪୫ରେ ପହଞ୍ଚିବ। ଅନ୍ୟ ଏକ ଟ୍ରେନ ନଂ ୦୮୪୨୯ ଭୁବନେଶ୍ୱରରୁ ସକାଳ ୯:୪୦ରେ ବାହାରି ଦଶପଲ୍ଲାରେ ମଧ୍ୟାହ୍ନ ୧୨:୫୦ରେ ପହଞ୍ଚିବ। ପୁନଶ୍ଚ ଏହି ଟ୍ରେନ ନଂ ୦୮୪୩୦ ଦଶପଲ୍ଲାରୁ ଅପରାହ୍ନ ୪:୦୦ରେ ବାହାରି ଭୁବନେଶ୍ୱରରେ ସନ୍ଧ୍ୟା ୬:୦୦ରେ ପହଞ୍ଚିବ।

0
0
0
s2sdefault