ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ--ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ଅଞ୍ଚଳର ସଚେତନ ଯୁବ ବର୍ଗଙ୍କ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ନୂଆବର୍ଷର ପ୍ରଥମ ସୋମବାରରୁ ପୂର୍ଵବର୍ଷ ଭଳି ବାବା ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟଦିବସ ବ୍ୟାପି ଚତୁର୍ଥ ବାର୍ଷିକୀ ଶିବ ସହସ୍ର କୁମ୍ଭାଭିଷେକ ଓ ମହା ଯଜ୍ଞ ଆରମ୍ଭ ହୋଇ, ସମୋବାର ପ୍ରାୟ ଦିନ ୧୦ ବେଳେ ଝାରପୋଖରିଆ ଅଞ୍ଚଳର୧୦୦ ରୁ ଉର୍ଦ୍ଧ ଉଭୟ ମହିଳା ପୁରୁଷ ଭକ୍ତ ସ୍ଥାନୀୟ ଝାରପୋଖରିଆ ବଡ ପୋଖରୀରୁ ଘଟ ଉତ୍ତୋଳନ କରି ଶଙ୍ଖ, ଘଣ୍ଟ, ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ କରି କଳସ ଯାତ୍ରାରେ ଆସି ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଭକ୍ତଙ୍କ ଦାନରେ ପ୍ରାୟ ଦୁଇଶର ପଚାଶ ଲିଟର ଖିରରେ ରୁଦ୍ରାଭିଷେକ ସହ ସନ୍ଧ୍ୟାରେ ଘୃତଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥିଲା। ହରିନାମ ସଂକୀର୍ତ୍ତନ ନିମନ୍ତେ ଅଁଳାତୋଡା ଗ୍ରାମର ରାଧାକୃଷ୍ଣ ଠାକୁରଙ୍କୁ ବମ୍ବେଛକ ବଜାର ନଗର ପରିକ୍ରମାରେ ଅଣାଯାଇ ମଣ୍ଡପରେ ସ୍ଥାପନ କରା ଯାଇଥିଲା ଓ ପରେ ସଂକୀର୍ତ୍ତନର ଆଦ୍ୟବାସ ହୋଇଥିଲା। ବୁଧବାର ବ୍ରହ୍ମମୁହୂର୍ତ୍ତରୁ ଅଷ୍ଟମପ୍ରହର ହରିନାମ ସଂକୀର୍ତ୍ତନ ଆରମ୍ଭ ହୋଇ ଚାଲୁ ରହିଛି। ଗୁରୁବାର ମଧ୍ୟାହ୍ନରେ ଦଧିମହୋତ୍ସବ ପରେ ଚାରି ତାରିଖ ଠାରୁ ଆଠ ତାରିଖ ସୋମବାର ପର୍ଯ୍ୟନ୍ତ ପଞ୍ଚଦିବସ ବ୍ୟାପୀ ପ୍ରତ୍ୟେକ ସନ୍ଧ୍ୟା ୬ଟା ୩୦ ମିନିଟରେ ପ୍ରବଚକ ଗୋପାଲ ଦାସ ମହାରାଜଙ୍କ କଥାମୃତ ପ୍ରବଚନ ହେବ ବୋଲି ଜଣାପଡିଛି। ଆଠଦିନ ବ୍ୟାପି ଅନୁଷ୍ଠିତ ହେଉଥିବା କୁମ୍ଭାଭିଷେକ, ଅଷ୍ଟମ ପ୍ରହର ହରିନାମ ସଂକୀର୍ତ୍ତନରେ ଯୋଗଦାନ ସହିତ କଥାମୃତ ଶ୍ରବଣ ପୂର୍ବକ ଉପସ୍ଥିତିର ସହଯୋଗ ନିମନ୍ତେ ସଚେତନ ଯୁବବର୍ଗ ପରିବାର ତରଫରୁ ଅନୁରୋଧ କରାଯାଇଛି। ସୂଚନା ଅନୁଯାୟୀ ମହାମାରୀ କୋରନା ସମୟରେ ସାରାବିଶ୍ୱ ଆତଙ୍କିତ ହୋଇ ପଡିଥିବା ବେଳେ ସଚେତନ ଯୁବପିଢ଼ି ବିଶ୍ୱ କଲ୍ୟାଣ ନିମନ୍ତେ ନୂଆ ବର୍ଷରେ ଏଭଳି କାର୍ଯ୍ୟକ୍ରମର ନିଷ୍ପତ୍ତି ନେଇ ପ୍ରତ୍ୟେକ ଇଂରାଜୀ ନୂଆ ବର୍ଷର ପ୍ରଥମ ସମୋବାରରେ ଏହା ଆରମ୍ଭ ହୋଇ ଚାଲୁଅଛି।
ରାଜ୍ୟ
ଲୋକନାଥଙ୍କ ନିକଟରେ ରୁଦ୍ରାଭିଷେକ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି : ହରିନାମ ସଂକୀର୍ତ୍ତନ ଆରମ୍ଭ : ପଞ୍ଚଦିବସ ବ୍ୟାପି କଥାଯଜ୍ଞ
- Hits: 329








