ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଵିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ଶୈକ୍ଷିକ ଵିକାଶ ସମ୍ଭବ ହୋଇପାରିଛି-ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା-ଶାସକ ପ୍ରଶାସକ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳର ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କାଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର କର୍ଣ୍ଣଧାର ବିଧାୟକ ପ୍ରତାପ ଜେନା ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଯୁବ ଶକ୍ତି ମଧ୍ୟରେ କ୍ରୀଡ଼ାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ଉଚ୍ଚକୋଟିର କାର୍ଯ୍ୟକ୍ରମ ଏବଂ ଗ୍ରାମାଞ୍ଚଳର ଯୁବ କ୍ରୀଡା ପ୍ରତିଭା ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଯେଉଁ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଛନ୍ତି ତାହା ଉତ୍ତମ ମାର୍ଗ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏପରିକି ବିଧାୟକ ଶ୍ରୀ ଜେନା କଲେଜ ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ଵିକାଶ ପାଇଁ ସମସ୍ତପ୍ରକାର କ୍ରୀଡା ସହାୟତା ଯୋଗାଇଦେବା ଓ କଲେଜ ଭିତ୍ତିଭୂମି ବିକାଶ ନିମନ୍ତେ ଦେଢ଼ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ l ସେହିପରି ବରେଣ୍ୟ ଅତିଥି ଭାବେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଉନ୍ନତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି କ୍ରୀଡା ପ୍ରତିଯୋଗୀ, କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଅଭିନେତ୍ରୀ ଶୀତଲ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଅଭିନୟ ମାଧ୍ୟମରେ ଉତ୍ସାହିତ କରିଥିଲେ l ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼ଃ.ପ୍ରତାପ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ମୂର୍ସିଦ ରିଆଯୁଲ ହୋଦା, ସମାଜସେବୀ ପ୍ରଦୀପ୍ତ ଧଳ ପ୍ରମୁଖ ଯୋଗଦେଇ ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ର ସୁଫଳ ଉପରେ ଆଲୋଚନା କରିଥିଲେ l ଅଧ୍ୟାପକ କୁମୁଦ ରଞ୍ଜନ ସିଂ ସଭା ପରିଚାଳନା କରିଥିଲା ବେଳେ କଲେଜର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜେନା ମହାବିଦ୍ୟାଳର ନୂତନ କର୍ମଚାରୀ ବିଶ୍ରାମ ଗୃହକୁ ଉଦଘାଟନ କରିଥିଲେ l








