ହେଡଲାଇନସ୍:

ମା' କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁର କାଞ୍ଜିପାଣି ହୁଡ଼ା ମଠ ପରିସରରେ ମା' କାଳୀ ଯୁବକ ସଂଘ ପକ୍ଷରୁ ନୂଆ ବର୍ଷ-2024ର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଧନେଶ୍ୱର ବେହେରା, ଦିଲ୍ଲୀପ କୁମାର ଦାସ, ସୋନୁ ସୁବ୍ରତ ମହାପାତ୍ର, ସଂଜୀବ ଘୋଷ, ସୁଜିତ କୁମାର ସିଂହା, ଶିଶିର କୁମାର ଦାସ, ଶାରଦା ନାୟକ, ସତ୍ୟ ନାରାୟଣ ସିଂ, ଜୟପ୍ରକାଶ ବେହେରା, ଅଭିଜିତ ସାହୁ,ଵିକାଶ ସାମଲ ଙ୍କ ସମେତ ମା' କାଳୀ ଯୁବକ ସଂଘ କେଣ୍ଟାଳ ମଲ୍ଲୀପୁରର ସମସ୍ତ ଯୁବକ ବନ୍ଧୁମାନେ ଯୋଗଦାନ କରି ନୀତି ନୈତିକତା ଏବଂ ସମାଜ ଗଠନରେ ଯୁବକ ମାନଙ୍କର ସହଭାଗିତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ ରଖିଥିଲେ l ସମସ୍ତ ଯୁବକ ମାନେ ଏକ ଆଲୋଚନା ରେ ଯୋଗ ଦେଇ ସଙ୍ଗଠନ କୁ ସୁଦୃଢ କରିବାକୁ ହେଲେ ସମସ୍ତଙ୍କ ସହଭାଗିତା ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ ରଖିଥିଲେ l କର୍ଯ୍ୟକ୍ରମକୁ ସରସ ସୁନ୍ଦର ଏବଂ ଆକର୍ଷିତ କରିବା ପାଇଁ ସମସ୍ତ ଯୁବକ ବନ୍ଧୁ ମାନେ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସମସ୍ତ ଯୁବକ ବନ୍ଧୁ ମାନେ ସହଯୋଗ କରି ସୁନ୍ଦର ଭାବେ କର୍ଯ୍ୟକ୍ରମ ସମାପନ କରିଥଲେ l ପରିଶେଷରେ ନବବର୍ଷ ଉଦେଶ୍ୟରେ ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ କାମନା କରିଥିଲେ l

0
0
0
s2sdefault