(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ) ଆସାମର ପ୍ରାକ୍ତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ଓ ମାହାଙ୍ଗା ବିଧାନସଭା କ୍ଷେତ୍ର ସ୍ତରୀୟ ନବବର୍ଷ ବନ୍ଧୁମିଳନ ତରତ ପଞ୍ଚାୟତ ସ୍ଥିତ ଦାମୋଦରପୁର ଠାରେ ଅନୁଷ୍ଠିତ ହୋଇଛି l ମାହାଙ୍ଗା କଂଗ୍ରେସ ନେତା ତଥା ପିସିସି ସଭ୍ୟ ପ୍ରଦିପ୍ତ କୁମାର ଦାସଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି ମୁଖ୍ୟବକ୍ତା ଭାବେ ସର୍ବଭାରତୀୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ରାଜୀବ ପଟ୍ଟନାୟକ,ବିଶିଷ୍ଟ ବକ୍ତା ଭାବେ ପିସିସି ସଭ୍ୟ ଆଇନଜୀବୀ ନାରାୟଣ ଦ୍ବିବେଦୀ,ସମ୍ମାନିତ ଅତିଥି ଭାବେ କଂଗ୍ରେସ ଯୁବନେତା ମାସୁଦ୍ ଅଲ୍ଲୀ, କଂଗ୍ରେସ କମିଟି ଓବିସି ସେଲ ଜିଲ୍ଲା ସଂଯୋଜକ ପ୍ରଫେସର କାକଚନ୍ଦ୍ର ବରାଳ, ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସେକ୍ ସଦାମ୍, ଶିକ୍ଷାବିତ୍ ବଟକୃଷ୍ଣ ସାଇଁ,ପଣ୍ଡିତ ପ୍ରଭାତ କୁମାର କର, ପୂର୍ବତନ ସମିତିସଭ୍ୟ ହାଡ଼ିବନ୍ଧୁ ରାଉତ, ସୁକାନ୍ତ କୁମାର ନନ୍ଦ, କଂଗ୍ରେସ ଯୁବନେତା ଅକ୍ଷୟ କୁମାର ସାହୁ, ଟହଲି ସେଠୀ, ସଂଗ୍ରାମ ସାମଲ, ସୁଶୀଳ ଲେଙ୍କା, ସଂଜୟ ବେହେରା, ଗୋପାଳ ସେଠୀ,ରମେଶ ବାରିକ, ରମେଶ ସାହୁ ପ୍ରମୁଖ ଯୋଗ ଦେଇ ସର୍ଗତ ପଟ୍ଟନାୟକଙ୍କ ବିକଶିତ ରାଜ୍ୟ ଗଠନରେ ରହିଥିବା ଉଲ୍ଲେଖନୀୟ ଅବଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ l ୨୦୨୪ ନବବର୍ଷ ର ବନ୍ଧୁମିଳନ ଅବସରରେ କଂଗ୍ରେସ ଦଳର ସଂଗଠନକୁ ମଝୁବତ୍ କରିବା ପାଇଁ ବଜ୍ର ଶପଥ ନେଇଥିଲେ l ପୂର୍ବତନ ବ୍ଲକ କଂଗ୍ରେସ କମିଟିର ସଭାପତି ଦିଲ୍ଲୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଓ ବନ୍ଧୁ ମିଳନ l
- Hits: 310








