ହେଡଲାଇନସ୍:

ସମାଜସେବାରେ ଉଲ୍ଲେଖନୀୟ ଅବଦାନ: ଓଡ଼ିଆ ଅସ୍ମିତା ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ପ୍ରବାସୀ ଭାରତୀୟ ତଥା ବେଲଗୁଣ୍ଠାର ଦାମୋଦର ସାହୁ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ମୂଳ ବାସିନ୍ଦା ତଥା ୟୁଏସ୍ଏ ବାସିନ୍ଦା ଏବଂ ମୁଳିଆ ସ୍ମାରକୀର ପ୍ରତିଷ୍ଠାତା ଡଃ ଦାମୋଦର ସାହୁ ନିଜର ମାଟି ମନସ୍କ ଚିନ୍ତାଧାରା ଓ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କୁ ନେଇ କଟକ ସହର ସାରଳା ଭବନରେ ଅନୁଷ୍ଠିତ ଓଡିଆ ଅସ୍ମିତା ସମ୍ମିଳନୀରେ ସ୍ୱତନ୍ତ୍ର ଭାବେ ସମ୍ମାନିତ ହୋଇଛନ୍ତି ।ଉତ୍କଳ ସମ୍ମିଳନୀର ୧୨୦ତମ ପୁର୍ତ୍ତି ଅବସରରେ ନୂଆ ଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ୍ ର "ଦି ଇଣ୍ଟେଲକ୍ଟସ" ଓ ବିଶ୍ୱର ସମସ୍ତ ଓଡିଆ ଅନୁଷ୍ଠାନର ଆନୁକୁଲ୍ୟରେ "ଓଡିଆ ଅସ୍ମିତା ସମ୍ମିଳନୀ" ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ବେଲଗୁଣ୍ଠା ଗୋପିନାଥ ସାହିର ମୂଳ ବାସିନ୍ଦା ଦାମୋଦର ସାହୁଙ୍କୁ ସମାଜ ସେବା ଏବଂ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ନିର୍ବାହ କରିବା ତଥା ବିଦେଶରେ ରହି ମଧ୍ୟ ନିଜ ମାଁ,ମାଟି ଓ ଭାଷାକୁ ଭଲ ପାଇବା ଓ ମାତୃଭୂମି ପାଇଁ କିଛି କରିବାର ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ,କଟକ ମେୟର ସୁବାସ ସିଂ, ବାରବାଟି ବିଧାୟକ ମହମ୍ମଦ ମୋକିମ୍, ପୁର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ପ୍ରମୁଖଙ୍କ ଉପସ୍ଥିତରେ ଶ୍ରୀ ସାହୁ ଏହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।ବିଦେଶରେ ରହି ମଧ୍ୟ କିଛି ଓଡିଆ ଓଡ଼ିଶାର ପାଣି,ପବନ ତଥା ଭାଷାକୁ ନ ଭୁଲି ଉତ୍କଳୀୟ ପରମ୍ପରାକୁ ବିଦେଶରେ ବଜାୟ ରଖିବା ଏବଂ ଏହି ଧାରାକୁ ଚିରାଚରିତ ଭାବେ ବଞ୍ଚାଇ ରଖିବାକୁ ଆଗାମୀ ପିଢ଼ି କୁ ଆହ୍ୱାନ ଦେବା ଏହି କାର୍ଯ୍ୟକ୍ରମ ମୁଳ ଲକ୍ଷ୍ୟ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,ଶ୍ରୀ ସାହୁ ନିଜ ଛାତ୍ର ଜୀବନରୁ ବହୁ ବାଧାବିଘ୍ନ ଅତିକ୍ରମ କରି ନିଜକୁ ସମାଜରେ ପ୍ରତିଷ୍ଠିତ କରାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ନିଜ ପିତା ସ୍ୱର୍ଗତ
ମୁଳିଆ ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି ଆରମ୍ଭ କରି ନିଜ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ବୃତ୍ତି ପ୍ରଦାନ କରି ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରି ଆସୁଛନ୍ତି ।ଏହି ସମ୍ବର୍ଦ୍ଧନା ସେ ନିଜ ପିତା,ମାତା, ପରିବାର,ମୁଳିଆ ସ୍ମାରକୀ କୋର୍ କମିଟି ଏବଂ ମାତୃଭୂମିକୁ ସମର୍ପିତ କରିଛନ୍ତି ।

0
0
0
s2sdefault