ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ହିମାଂଶୁ ଶେଖର ମାଝି ଙ୍କ ଅବସରକାଳୀନ ବିଦାୟୀ ସମ୍ମର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅର୍ଜୁନ କୁମାର ମହାନ୍ତି ଓ ବିଦାୟୀ ପ୍ରାଧ୍ୟାପକ ହିମାଂଶୁ ଶେଖର ମାଝି ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ସୁବାଶ ଚନ୍ଦ୍ର ମାଝି, ସୁଦୀପ୍ତ କୁମାର ଦାଶ, ଅରୁଣ କୁମାର ପାଣିଗ୍ରାହୀ ଓ ପ୍ରଦୀପ କୁମାର ପଧାନ, ଅଧ୍ୟାପକ ବାଚସ୍ପତି ପଧାନ, ଅରବିନ୍ଦ ପ୍ରଧାନ, ଟିକେଶ୍ଵର ସାହୁ, ବୀଣାପାଣି ତାଣ୍ଡି, ସଞ୍ଜିତା ମିଶ୍ର, ସଙ୍ଘମିତ୍ରା ସାହୁ, ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍କୃତ ବିଭାଗ ପ୍ରାଧ୍ୟାପକ ନାରାୟଣ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଗଣିତ ବିଭାଗ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲେଟ ରେ ଅବସରକାଳୀନ ବିଦାୟୀ ସମ୍ମର୍ଦ୍ଧନା ସଭା
- Hits: 221








