ହେଡଲାଇନସ୍:

ସଭିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ବାଣ୍ଟିଲେ କବିସମ୍ରାଟ ମିଡ଼ିଆକ୍ଳବ୍ ସାମ୍ବାଦିକ ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା:ସମୟ ଦୀନ ମାସ ବର୍ଷ ଏପରି ଭାବରେ ଧରା ପୃଷ୍ଠରୁ ଵିଦାୟ ନେଉଛି କ୍ୟାଲେଣ୍ଡର ଅନୁସାରେ ଗୋଟିଏ ପରେ ଗୋଟିଏ ବର୍ଷ। ସେହିପରି ଭାବେ ପୁରୁଣା ବର୍ଷ ଵିଦାୟ ନେଇ ଇଂରାଜୀ ନୂତନ ବର୍ଷ ୨୦୨୪ ଉପସ୍ଥିତ ହୋଇଛି। ଏହି ନୂତନ ଇଂରାଜୀ ବର୍ଷ ୨୦୨୪ କୁ ସ୍ଵାଗତ କରି ବିଭିନ୍ନ ସ୍ଥାନରେ ଓ ବ୍ୟକ୍ତି ବିଶେଷ ରେ ଅନେକ ଜନସାଧାରଣ ଆନନ୍ଦ ଉଲ୍ଲାସରେ ବିଭିନ୍ନ ଉତ୍ସବ ପାଳନ କରିବା ସହିତ ଅନେକ ଙ୍କୁ ଜଣାଇଛନ୍ତି ନୂତନ ବର୍ଷ ର ଶୁଭେଚ୍ଛା ବାର୍ତ୍ତା।

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର କବିସମ୍ରାଟ ମିଡ଼ିଆକ୍ଳବ୍ ର ସଦସ୍ୟ ମାନେ ଏକ ଭିନ୍ନ ପ୍ରକାରରେ ପାଳନ ଏହି ନବବର୍ଷ ଉତ୍ସବ। ଭଞ୍ଜନଗର କବିସମ୍ରାଟ ମିଡ଼ିଆକ୍ଳବ୍ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ଙ୍କ ନେତୃତ୍ୱରେ ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସହ ସମ୍ପାଦକ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ୍ ଜେନା, ଙ୍କ ସହ ସଦସ୍ୟ ଅଶୋକ ନାୟକ, ସନ୍ତୋଷ ଜେନା, ଓ ପ୍ରଫୁଲ୍ଲ ମହାରଣା ସ୍ଥାନୀୟ ଅଞ୍ଚଳର ବିଧାୟକ, ଓଡ଼ିଶା ରାଜ୍ୟ ମନ୍ତ୍ରୀ ଓ ବିଭିନ୍ନ ଜନପ୍ରତିନିଧି ଙ୍କ ସମେତ ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ସହ ସେମାନଙ୍କୁ ଇଂରାଜୀ ଇଂରାଜୀ ନବବର୍ଷ ର ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଚଲାପଥ କୁସୁମିତ ହେଉ ଏବଂ ସେମାନଙ୍କ ମହତ୍ କାର୍ଯ୍ୟ ସମାଜରେ ଶାନ୍ତି ଶୃଙ୍ଖଳା ସୃଷ୍ଟି କରି ଜନ ହିତେଶି କାର୍ଯ୍ୟରେ ସଂପୂର୍ଣ୍ଣ ମାନବ ସମାଜ ର ମଗଂଳ ହେଉ ବୋଲି ଇଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଜିର ଏହି ନୂତନ ବର୍ଷ ୨୦୨୪ ର ଆଠ ଘଣ୍ଟା ତିରିଶି ମିନିଟ୍ ସମୟରେ କବିସମ୍ରାଟ ମିଡ଼ିଆକ୍ଳବ୍ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ଙ୍କ ନେତୃତ୍ୱରେ ସଂଘ ର ସଦସ୍ୟ ମାନେ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ନିଜସ୍ଵ ଗ୍ରାମରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ନୂତନ ବର୍ଷ ର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପରେ ପରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଆର୍.ଟି.ଓ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ , ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ନାୟକ, ଜଣାଶୁଣା ଶିକ୍ଷକ ଶ୍ରୀ ମଦନମୋହନ ନାୟକ, ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ଉପନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ବଡ଼ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଶ୍ଵାମିତ୍ର ହରପାଲ୍ , ଥାନାଧିକାରୀ ଶ୍ରୀ ଭଗବାନ୍ ପୂଜାରୀ ଏବଂ ଵେଲଗୁଣ୍ଠା ଥାନାଧିକାରୀ ଶ୍ରୀ ବନ ବିହାରୀ ପ୍ରଧାନ ଙ୍କୁ ସାକ୍ଷାତ୍ କରି ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ନୂତନ ବର୍ଷ ର ଶୁଭେଚ୍ଛା କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ଵାଇଁ ଙ୍କ ସହ ଉଦୟନାଥ ପଣ୍ଡା, ପୁରୁଷୋତ୍ତମ ମହାପାତ୍ର, ରଞ୍ଜିତ୍ ଜେନା, ସନ୍ତୋଷ ଜେନା, ପ୍ରଫୁଲ୍ଲ ମହାରଣା, ଅଶୋକ ନାୟକ ସମେତ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

0
0
0
s2sdefault