ହେଡଲାଇନସ୍:

ବେଲଗୁଣ୍ଠାରେ ଶୀତ ଲହରୀ:ଘନ କୁହୁଡିରେ ଆଛାଦିତ ସହର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସମଗ୍ର ଓଡ଼ିଶାରେ ଜାଡ ଅନୁଭବ ହେଉଥିବା ବେଳେ ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଶୀତଳ ଲହରୀ ଚାଲୁ ରହିଛି ।ଏପରି ସ୍ଥଳେ ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାପାଇଁ ଲୋକେ ନିଆଁ ଜାଳି ଚାରିପାଖରେ ଦିନ ୯ ଟା ପର୍ଯ୍ୟନ୍ତ ବସି ରହୁଥିବା ଲକ୍ଷ୍ୟ କରାଯାଇଛି ।ଏଥି ସହିତ ସହରରେ ଥିବା ବିଭିନ୍ନ ଚା ଦୋକାନ ସକାଳ ୪ ଠାରୁ ଗରମ ଚାହାର ମଜା ନେବା ପାଇଁ ଲୋକେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।ସହରରେ ଆଜି ବିଳମ୍ୱିତ ସକାଳ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।ଫଳରେ ବିଭିନ୍ନ ଗାଡି ଚଳାଚଳ ସ୍ବଭାବିକ ଠାରୁ କମ୍ ରହିଥିବା ବେଳେ ନୁଆ ବର୍ଷ ରେ ଭଲ ଶୀତ ଅନୁଭୂତ ହେଉଛି ବୋଲି ଅଞ୍ଚଳବାସୀ ଆଲୋଚନା କରୁଛନ୍ତି ।

0
0
0
s2sdefault