ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଇଁରାଜୀ ନବ ବର୍ଷ ଅବସରରେ ଏହାକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ମଧ୍ୟ ନିଜର ନିଆରା ଢ଼ଙ୍ଗରେ ନବ ବର୍ଷକୁ ସ୍ୱାଗତ କରିଛି I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଅଞ୍ଚଳର ମନ୍ତ୍ରୀ, ବିଧାୟକ, ଜନପ୍ରତିନିଧିଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ୍ କରି ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଚଲାପଥ କୁସୁମିତ ହେଉ ବୋଲି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ଆଜି ସକାଳ ଦଶ ଘଣ୍ଟା ସମୟରେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଗାଙ୍ଗପୁର ଥାନା ଅଧିକାରୀ ରାଜେଶ୍ କୁମାର ନାୟକ,ଉପଜିଲ୍ଲାପାଳ ଅନୀଲ୍ କୁମାର ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଫୁଲ୍ଲ କୁମାର ବଡଜେନା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସମସ୍ତ କାଉନସିଲର୍, ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଜିଲ୍ଲା ଯୋଜନା ବୋର୍ଡ୍ ସଦସ୍ୟ ଦିବ୍ୟ ରଞ୍ଜନ ଦାଶ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁଙ୍କୁ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ସହସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ବିଭୂପାଦ ଜେନା, ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ସୁଶାନ୍ତ କୁମାର ବେହେରା, ମାଧବ ଚନ୍ଦ୍ର ଆପଟ, ଚନ୍ଦନ କୁମାର ସାହୁ,ସନ୍ତୋଷ ଡାକୁଆ, ପ୍ରଦୀପ ଚୌଧୂରୀ, ଯୁବ ସଦସ୍ୟ ଶିବରାମ ଚୌଧୂରୀ,ସୁଧାଂଶୁ ଶେଖର ବିଷୋୟୀ, ନାରାୟଣ ପଣ୍ଡା, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ଅକ୍ଷୟ ଶତପଥୀ,ମନୋରଞ୍ଜନ ମହାରଣା, ତୋଫାନ ସାହୁ,ରାଜେଶ୍ ପାତ୍ର, ନିଲୁ ପାତ୍ର, ପଞ୍ଚାନନ ନାୟକ, ଶିବରାମ ମହାପାତ୍ର,ସଚିନ୍ ପୁରୋହିତ,ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I
ରାଜ୍ୟ
ମନ୍ତ୍ରୀ,ବିଧାୟକଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ
- Hits: 275








